32.1 C
Bhubaneswar
Wednesday, October 16, 2024
Homeଖେଳହକି ନିଲାମୀ ୨୦୨୪: ହରମନପ୍ରୀଙ୍କୁ ୭୮ ଲକ୍ଷରେ କିଣିଲା ସୁରମା ହକି କ୍ଲବ

ହକି ନିଲାମୀ ୨୦୨୪: ହରମନପ୍ରୀଙ୍କୁ ୭୮ ଲକ୍ଷରେ କିଣିଲା ସୁରମା ହକି କ୍ଲବ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍ ୨୦୨୪ର ନିଲାମୀ ପ୍ରକ୍ରିୟା । ଦିଲ୍ଲୀଠାରେ ଅକ୍ଟୋବର ୧୩, ୧୪ ଓ ୧୬ ତାରିଖରେ ଏହି ନିଲାମୀ କରାଯିବ । ଏହି ନିଲାମୀ ପ୍ରକ୍ରିୟାରେ ଏକ ହଜାର ଖେଳାଳି ସାମିଲ ହେବେ । ସେଥିମଧ୍ୟରେ ୪୦୦ ଘରୋଇ ପୁରୁଷ ଖେଳାଳି, ୧୫୦ ଓଭରସିଜ୍ ପୁରୁଷ ଖେଳାଳି ଓ ୨୫୦ ଘରୋଇ ମହିଳା ଖେଳାଳି ରହିଛନ୍ତି । ତେବେ ଭାରତୀୟ ହକି ଟିମର ଅଧିନାୟକ ହରମନପ୍ରୀତ ସିଂହ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ହରମନପ୍ରୀତଙ୍କୁ ୭୮ ଲକ୍ଷ ଟଙ୍କାରେ କ୍ରୟ କରିଛି ସୁରମା ହକି କ୍ଲବ (ପଞ୍ଜାବ ଫ୍ରାଞ୍ଚାଇଜ୍) । ସେହିପରି ଭାରତୀୟ ଟିମର ଫରୱାର୍ଡ ଅଭିଷେକ ଦ୍ୱିତୀୟ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି । ଅଭିଷେକଙ୍କୁ ୭୨ ଲକ୍ଷ ଟଙ୍କାରେ କ୍ରୟ କରିଛି ଶ୍ରାଚି ରାର ବେଙ୍ଗାଲ ଟାଇଗର୍ସ ।

ଖେଳାଳିମାନଙ୍କୁ ବେଷ୍ଟ୍ ପ୍ରାଇସ୍ ଅନୁସାରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ୬୦୦ ଖେଳାଳି ୨ ଲକ୍ଷ ବର୍ଗରେ, ୨୫୦ ଖେଳାଳି ୫ ଲକ୍ଷ ବର୍ଗରେ ଓ ୨୫୦ ଲକ୍ଷ ଖେଳାଳି ୧୦ ଲକ୍ଷ ବର୍ଗରେ ରହିଛନ୍ତି । ଗୁରଜାନ୍ତ ସିଂହଙ୍କୁ ସୁରମା ୧୯ ଲକ୍ଷରେ କିଣିଥିବା ବେଳେ ମନ୍ଦୀପଙ୍କୁ ଗୋନାସିକା ୨୫ ଲକ୍ଷରେ, ମନପ୍ରୀତଙ୍କୁ ଗୋନାସିକା ୪୨ ଲକ୍ଷରେ, ସୁଖଜିତଙ୍କୁ ବେଙ୍ଗଲ ୪୮ ଲକ୍ଷରେ, ନିଳକାଣ୍ଟଙ୍କୁ କଳିଙ୍ଗ ଲାନ୍ସର୍ସ ୩୮ ଲକ୍ଷରେ, ଲଲିତ ଉପାଧ୍ୟାୟଙ୍କୁ ୟୁପି ରୁଦ୍ରାସ ୨୮ ଲକ୍ଷରେ ଓ ବିବେକ ସାଗର ପ୍ରସାଦଙ୍କୁ ସୁରମା ୪୦ ଲକ୍ଷରେ କ୍ରୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking