18.1 C
Bhubaneswar
Thursday, December 25, 2025
Homeଦେଶ ବିଦେଶ୧୫ରୁ ୨୦ ଜଣ ଯୁବକ ସରକାରୀ ହସ୍ପିଟାଲରେ ପଶି ଘଟଣାଇଲେ ଲଙ୍କାକାଣ୍ଡ

୧୫ରୁ ୨୦ ଜଣ ଯୁବକ ସରକାରୀ ହସ୍ପିଟାଲରେ ପଶି ଘଟଣାଇଲେ ଲଙ୍କାକାଣ୍ଡ

କୋଲକାତା : ପୁଣି ଚର୍ଚ୍ଚାରେ କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲ। ପୁଲିସ୍‌ର କଡ଼ା ପହରା ସତ୍ତ୍ୱେ ୧୫ରୁ ୨୦ ଜଣ ଯୁବକ ହସ୍ପିଟାଲରେ ପଶି ଘଟଣାଇଛନ୍ତି ଲଙ୍କାକାଣ୍ଡ। ସେମାନେ କୋଲକାତାର ଆଇପିଜିଏମଇଆର ଏସଏସକେଏମ ହସ୍ପିଟାଲରେ ଜଣେ ଯୁବକଙ୍କୁ ହକି ଷ୍ଟିକରେ କରିଛନ୍ତି ଆକ୍ରମଣ। ରବିବାର ସକାଳେ ଯୁବକମାନେ ହସ୍ପିଟାଲରେ ପଶି ଏପରି କାଣ୍ଡ ଘଟାଇଛନ୍ତି। ସେମାନଙ୍କ ଆକ୍ରମଣରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପୁଅ ସୌରଭ ମୋଡାକ ଗୁରୁତର ହୋଇଛନ୍ତି। ଟ୍ରମା କେୟାର ୟୁନିଟ ସମ୍ମୁଖରେ ସୌରଭ ବସିଥିବା ବେଳେ ହଠାତ ୧୫ରୁ ୨୦ ଜଣ ଯୁବକ ହକିଷ୍ଟିକ ଓ କାଠ ଫାଳିଆ ଧରି ପହଞ୍ଚିଥିଲେ।

କେହି କିଛି ବୁଝିବା ଆଗରୁ ସେମାନେ ସୌରଭଙ୍କୁ ତଳେ ପକାଇ ଦେଇଥିଲେ ଓ ମନିଇଜଚ୍ଛା ପିଟି ଚାଲିଥିଲେ। ହସ୍ପିଟାଲର ସୁରକ୍ଷା ପାଇଁ ପୁଲିସ୍‌ କର୍ମଚାରୀମାନେ ଉପସ୍ଥିତ ଥିଲେ ହେଁ ସେମାନେ ଆକ୍ରମଣକାରୀମାନଙ୍କୁ ରୋକି ପାରି ନଥିଲେ। ସେମାନେ ସୌରଭଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ହସ୍ପିଟାଲରୁ ଫେରାର ହୋଇଯାଇଛନ୍ତି। ଆକ୍ରମଣକାରୀମାନେ ଯିବା ପରେ ହସ୍ପିଟାଲର କର୍ମଚାରୀମାନେ ସୌରଭଙ୍କୁ ଉଦ୍ଧାର କରିଥିଲେ ଓ ଟ୍ରମା କେୟାର ୟୁନିଟରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡ, ହାତ, ଗୋଡ଼ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆକ୍ରମଣକାରୀଙ୍କୁ ସୌରଭ ଚିହ୍ନି ନାହାନ୍ତି ଓ ଘଟଣା ପରେ ସେ ପୂରା ବିଚଳିତ ହୋଇପଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking