29.1 C
Bhubaneswar
Wednesday, October 16, 2024
Homeଓଡିଶାଆସନ୍ତୁ ଜାଣିବା କଞ୍ଚା କ୍ଷୀରରେ କିପରି ପ୍ରସ୍ତୁତ କରିବେ ଫେସ୍ ପ୍ୟାକ୍…

ଆସନ୍ତୁ ଜାଣିବା କଞ୍ଚା କ୍ଷୀରରେ କିପରି ପ୍ରସ୍ତୁତ କରିବେ ଫେସ୍ ପ୍ୟାକ୍…

ଭୁବନେଶ୍ୱର : ଗ୍ଳୋଇଂ ସ୍କିନ୍ ପାଇଁ ପାର୍ଲରକୁ ଯାଇ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା କ’ଣ! ଯେତେବେଳେ କି ଆପଣ ଘରେ ବସି ଅତି ସହଜରେ ଗ୍ଳୋଇଂ ସ୍କିନ୍ ପାଇପାରିବେ । ବଜାରରେ ମିଳୁଥିବା କେମିକାଲ ଫେସ୍ ପ୍ୟାକ୍ ଠାରୁ ଘରେ ତିଆରି ପ୍ରାକୃତିକ ଫେସ୍ ପ୍ୟାକ୍ ଆମ ତ୍ୱଚା ପାଇଁ ଅଧିକ ଲାଭଦାୟୀ ହୋଇପାରେ । ଗ୍ଳୋଇଂ ସ୍କିନ୍ ପାଇଁ ଘରେ ଫେସ୍ ପ୍ୟାକ୍ ତିଆରି କରିବା କେବଳ ସହଜ ନୁହେଁ ବରଂ ଶସ୍ତା ମଧ୍ୟ । ରୋଷେଇ ଘରେ ମିଳୁଥିବା କିଛି ଜିନିଷ ସାହାଯ୍ୟରେ, ଆପଣ ନିଜ ସ୍କିନକୁ ବହୁ ପରିମାଣରେ ଉନ୍ନତ କରିପାରିବେ । ସେହିଭଳି ଏକ ଜିନିଷ ହେଉଛି କଞ୍ଚା କ୍ଷୀର ଯାହା ଆମ ତ୍ୱଚା ପାଇଁ ବରଦାନ ସଦୃଶ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଞ୍ଚା କ୍ଷୀରରେ କିପରି ପ୍ରସ୍ତୁତ କରିବେ ଫେସ୍ ପ୍ୟାକ୍…

କ୍ଷୀର-ହଳଦୀ:
ଉଭୟ କଞ୍ଚା କ୍ଷୀର ଏବଂ ହଳଦୀରେ ମିଳୁଥିବା ଔଷଧୀୟ ଗୁଣ ଆପଣଙ୍କ ତ୍ୱଚା ପାଇଁ ଖୁବ ସହାୟକ ହୋଇପାରେ । ଏହି ପ୍ରାକୃତିକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ଏକ ଚାମଚ କଞ୍ଚା କ୍ଷୀର, ଗୋଟିଏ ଚାମଚ ହଳଦୀ, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମୁଲତାନି ମିଟି ପାଉଡରକୁ ଏକ ପାତ୍ରରେ ଭଲ ଭାବରେ ମିଶାନ୍ତୁ । ଏହି ଫେସ୍ ପ୍ୟାକ୍ ସାହାଯ୍ୟରେ ଆପଣ ପିମ୍ପଲ୍, ଦାଗ ଏବଂ ଟ୍ୟାନିଂରୁ ମୁକ୍ତି ପାଇପାରିବେ ।

କ୍ଷୀର-ବେସନ:
ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବାକୁ, ଆପଣଙ୍କୁ ଦୁଇ ଚାମଚ କଞ୍ଚା କ୍ଷୀର, ଗୋଟିଏ ଚାମଚ ବେସନ ଏବଂ ଗୋଟିଏ ଚାମଚ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡିବ । ଏହି ପେଷ୍ଟକୁ ଆପଣ ସପ୍ତାହରେ ଦୁଇଥର ବ୍ୟବହାର କରିପାରିବେ । ଏହି ଫେସ୍ ପ୍ୟାକ୍ ସାହାଯ୍ୟରେ, ଆପଣ ନିଜର ତ୍ୱଚାର ରଙ୍ଗକୁ ଉନ୍ନତ କରିପାରିବ । ଦାଗ ଏବଂ ପିଗମେଣ୍ଟେସନ୍ ଭଳି ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଫେସ୍ ପ୍ୟାକକୁ ଆପଣଙ୍କ ସ୍କିନ କେୟାରର ଏକ ଅଂଶ ନିଶ୍ଚୟ କରନ୍ତୁ ।

କ୍ଷୀର-ମହୁ:
ଗୋଟିଏ ପାତ୍ରରେ ୨ ଚାମଚ କଞ୍ଚା କ୍ଷୀର, ଦୁଇ ଚାମଚ ମହୁ ଏବଂ ଗୋଟିଏ ଚାମଚ ଲେମ୍ବୁ ରସକୁ ଭଲ ଭାବରେ ମିଶାନ୍ତୁ । ଆପଣ ଏଥିରେ କଫି ମଧ୍ୟ ମିଶାଇ ପାରିବେ । ବର୍ତ୍ତମାନ ଏହି ନ୍ୟାଚୁରାଲ ଫେସ୍ ପ୍ୟାକକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଛାଡିଦିଅନ୍ତୁ । ମୁହଁ ଧୋଇବା ପରେ, ଆପଣ ଏହାର ପ୍ରଭାବ ଅନୁଭବ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking