32.1 C
Bhubaneswar
Monday, May 4, 2026
Homeଅପରାଧଦିଲ୍ଲୀରେ ଓଡ଼ିଶା ମହିଳାଙ୍କ ସହ ଘଟିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ଦିଲ୍ଲୀରେ ଓଡ଼ିଶା ମହିଳାଙ୍କ ସହ ଘଟିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ : ଦେଶରେ ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ କାଣ୍ଡ। ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଦିଲ୍ଲୀରେ କରାଯାଇଛି ଦୁଷ୍କର୍ମ। ଦୁଷ୍କର୍ମ ପରେ ତାଙ୍କୁ ସରାଇ କାଲେ ଖାନ ଅଞ୍ଚଳରେ ମଧ୍ୟ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ପୁଲିସ୍‌ ତାଙ୍କୁ ଅର୍ଦ୍ଧ ଅଚେତ ଅବସ୍ଥାରେ ଉଦ୍ଧାର କରିଛି। ପୁଲିସ୍‌ର କହିବା କଥା ଯେ ମହିଳାଙ୍କୁ ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ଅନ୍ୟତ୍ର କେଉଁଠି ଦୁଷ୍କର୍ମ କରାଯାଇଥିଲା। ଭୋର ପ୍ରାୟ ୩.୩୦ରେ ପୁଲିସ୍‌ ମହିଳାଙ୍କ ସମ୍ପର୍କରେ ସୂଚନା ପାଇଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ପ୍ରଥମେ ମହିଳା ଜଣଙ୍କ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମହିଳା ଜଣଙ୍କୁ ଏମ୍ସକୁ ନେଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଦିଲ୍ଲୀ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମହିଳା ଜଣଙ୍କ ଓଡ଼ିଶାର। ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଛାଡ଼ି ଏଠାରେ ରହୁଛନ୍ତି। ସେ ଗ୍ରାଜ୍ୟୁଏଟ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଓଡ଼ିଶାରୁ ଦିଲ୍ଲୀ ଆସିବା ପରେ କଟୱାରିଆ ସରାଇରେ ସେ ନିଜର ଜଣେ ବନ୍ଧୁଙ୍କ ପାଖରେ ରହୁଥିଲେ। ହେଲେ କୌଣସି କାରଣରୁ ଅଗଷ୍ଟ ମାସରେ ତାଙ୍କୁ ବନ୍ଧୁଙ୍କ ଘର ଖାଲି କରିବାକୁ କୁହାଯାଇଥିଲା। ଏଥିଯୋଗୁ ସେ ଅନେକ ରାତି ଦିଲ୍ଲୀର ରାଜରାସ୍ତାରେ କାଟିଛନ୍ତି। ପୂର୍ବରୁ ଏହି ମହିଳାଙ୍କୁ ଦକ୍ଷିଣପୂର୍ବ ଦିଲ୍ଲୀର ଜାମରୋଡପୁରରେ ଦେଖିବାକୁ ମିଳିଥିଲା। ସେ ଏଠାରେ ରହୁଥିବା ଜଣଙ୍କ ଘରେ ଅନାଧିକାର ଭାବେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏନେଇ ପୁଲିସ୍‌ରେ କୌଣସି ଅଭିଯୋଗ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking