30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଦୀପାବଳିରେ ଯୋଗୀ ସରକାର ମହିଳାମାନଙ୍କୁ ଦେବେ ବଡ ଉପହାର

ଦୀପାବଳିରେ ଯୋଗୀ ସରକାର ମହିଳାମାନଙ୍କୁ ଦେବେ ବଡ ଉପହାର

ଲକ୍ଷ୍ନୌ: ଦୀପାବଳି ପୂର୍ବରୁ ଉତ୍ତର ପ୍ରଦେଶର ଯୋଗୀ ସରକାର ମହିଳା ମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ଏହି ବର୍ଷ ଦୀପାବଳିରେ ପ୍ରଧାନମନ୍ତ୍ରୀ ଉଜ୍ବଳ ଯୋଜନା ମାଧ୍ୟମରେ ୟୁପି ସରକାର ୧.୮୫ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏକ ଆଦେଶ ଦେଇଛନ୍ତି । ଦୀପାବଳି ପୂର୍ବରୁ ସମସ୍ତ ବ୍ୟବସ୍ଥା କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ ହିତାଧିକାରୀଙ୍କୁ ସମୟ ଅନୁସାରେ ଏହି ଯୋଜନାର ଲାଭ ମିଳିପାରିବ ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିଜେ ଦେଇଥିବା ଆଦେଶରେ କହିଥିଲେ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ବଳ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ବଣ୍ଟନ କରାଯିବ । ସବୁ ଦିଗରୁ ଦୀପାବଳି ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ଘରେ ବ୍ୟବହାର କରୁଥିବା ରନ୍ଧନ ଗ୍ୟାସ ଉପଲବ୍ଧ ହେବା ଆବଶ୍ୟକ ବୋଲି କହିଛନ୍ତି । ଦୀପାବଳିର ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ।

ୟୁପି ସରକାର ଏହି ବର୍ଷ ପ୍ରଧାନମନ୍ତ୍ରୀ ଉଜ୍ବଳ ଯୋଜନା ଅନୁସାରେ ୧.୮୫ କୋଟି ହିତାଧିକାରୀଙ୍କୁ ଦୀପାବଳି ଅବସରରେ ଏଲ୍ ପି ଜି ସିଲିଣ୍ଡର ଦେବାକୁ ଯାଉଛନ୍ତି । ଗତବର୍ଷ ଏହି ଯୋଜନାରେ ୮୫ ଲକ୍ଷ ମହିଳା ହିତାଧିକାରୀଙ୍କୁ ନିଶୁଳ୍କ ରେ ଏଲପିଜି ସିଲିଣ୍ଡର ମିଳିଥିଲା । ଏହି ଯୋଜନାରେ କେନ୍ଦ୍ର ସରକାର ୩୦୦ ଟଙ୍କାର ସବସିଡି ପ୍ରଦାନ କରିଛନ୍ତି । ଏହା ଛଡ଼ା ବାକି ରହିଥିବା ଟଙ୍କା ରାଜ୍ୟ ସରକାର ଦେବେ । ଏହି ଯୋଜନାରେ ପ୍ରଥମେ ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ମିଳିବ । ଏହାପରେ ସବସିଡି ରାଶି ଆକାଉଣ୍ଟ୍ କୁ ଯିବ । ବ୍ୟାଙ୍କ ଖାତା ସହ ଆଧାର କାର୍ଡ ସହ ଲିଙ୍କ କରିବାକୁ ପଡ଼ିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking