21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଆମେରିକାର ନାଗରିକଙ୍କୁ ହତ୍ୟା କରୁଥିବା ପ୍ରବାସୀଙ୍କୁ ଦିଆଯାଉ ମୃତ୍ୟୁଦଣ୍ଡ : ଟ୍ରମ୍ପ

ଆମେରିକାର ନାଗରିକଙ୍କୁ ହତ୍ୟା କରୁଥିବା ପ୍ରବାସୀଙ୍କୁ ଦିଆଯାଉ ମୃତ୍ୟୁଦଣ୍ଡ : ଟ୍ରମ୍ପ

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ପ୍ରବାସୀମାନଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ପ୍ରବାସୀଙ୍କୁ ଭୟଙ୍କର ଅପରାଧୀ ଭାବେ ବର୍ଣ୍ଣନା କରିଛନ୍ତି। ଆମେରିକୀୟ ନାଗରିକଙ୍କୁ ହତ୍ୟା କରୁଥିବା ପ୍ରବାସୀମାନଙ୍କ ପାଇଁ ସେ ମୃତ୍ୟୁଦଣ୍ଡ ଦେବାକୁ ଆହ୍ୱାନ ଦେଇଛନ୍ତି। ଇମିଗ୍ରେସନ ବିରୋଧୀ ଭାଷଣକୁ ତୀବ୍ର କରି ତାଙ୍କ ରାଷ୍ଟ୍ରପତି ଅଭିଯାନକୁ ସେ ଆହୁରି ଉତ୍ସାହିତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେ ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ସେ ଗ୍ୟାଙ୍ଗର ସଦସ୍ୟଙ୍କୁ ଟାର୍ଗେଟ କରିବା ପାଇଁ ଏକ ଜାତୀୟ ‘ଅପରେସନ୍ ଅରୋରା’ ଆରମ୍ଭ କରିବେ। ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ। ନଭେମ୍ବର ୫ ନିର୍ବାଚନ ପ୍ରଚାରର ଅନ୍ତିମ ସପ୍ତାହରେ ସେ ନିଜର ପ୍ରବାସୀ ବିରୋଧୀ ବକ୍ତବ୍ୟକୁ ବୃଦ୍ଧି କରିଛନ୍ତି।

ସର୍ଭେରୁ ଜଣାପଡିଛି ଯେ ଆମେରିକୀୟ ଭୋଟରଙ୍କ ପାଇଁ ବେଆଇନ ଇମିଗ୍ରେସନ ଏକ ଚିନ୍ତାର ବିଷୟ। ଅଧିକାଂଶ ଭୋଟର ଏ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ଜଣେ ଭଲ ବ୍ୟକ୍ତି ଭାବରେ ଦେଖନ୍ତି। ରାଜନତୈକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ଦିନରେ ଟ୍ରମ୍ପ ଆହୁରି ଏଭଳି କିଛି ବୟାନ ଦେଇପାରନ୍ତି ଯାହା ବେଆଇନ ପ୍ରବାସୀ ଭାରତୀୟଙ୍କ ବିରୁଦ୍ଧରେ ହେବ। ଟ୍ରମ୍ପ ମହିଳା ଏବଂ ଶିଶୁ ଯୌନ କାରବାରରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ସମେତ ଅନ୍ୟ ଅପରାଧୀଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦେବାକୁ ସେ ପୂର୍ବରୁ ପ୍ରସ୍ତାବ ଦେଇସାରିଛନ୍ତି। ଏହି ଭଳି ପ୍ରବାସୀ ଅପରାଧ କଥା ଉଠାଇ ଟ୍ରମ୍ପ ନିଜ ପ୍ରଚାର ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking