32.1 C
Bhubaneswar
Wednesday, October 16, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୁବଶୀଘ୍ର କଟକ ହେବ ସ୍ମାର୍ଟସିଟି

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୁବଶୀଘ୍ର କଟକ ହେବ ସ୍ମାର୍ଟସିଟି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କଟକ ସ୍ମାର୍ଟସିଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକରେ ପୂଜା ମଣ୍ତପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପ୍ରାୟ ୪୦ଟି ପୂଜା ମଣ୍ତପ ଦର୍ଶନ କଲି । କଟକ ସହର ହେଉଛି ଭାଇଚାରାର ସହର । ଏଭଳି ପୂଜା ସାରା ବିଶ୍ୱରେ କେଉଁଠି ଅଛି ମୁଁ ଦେଖିନାହିଁ । ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ମାଆଙ୍କ ଦର୍ଶନ କଲି । କଟକରେ ଭାଇଚାରା ରହିଆସିଛି । କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ଧ୍ୟାନ ଦେବୁ । ଆଗାମୀ ଦିନରେ ଓଡ଼ିଶା ସମୃଦ୍ଧ ଓଡ଼ିଶା ହେବ । ଓଡ଼ିଶାକୁ କଟକ ସହ ସମୃଦ୍ଧି ଆଣନ୍ତୁ ବୋଲି ପ୍ରାର୍ଥନା କଲି । ତେଣୁ କଟକକୁ ଖୁବଶୀଘ୍ର ସ୍ମାର୍ଟସିଟି କରାଯିବ । କଟକରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ । ୩୪ ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ନେଲେ ମୋହନ ମାଝୀ । ଖାନନଗରରେ ଖାଇଲେ ଦହିବରା ଆଳୁଦମ । ସନ୍ଧ୍ୟାରେ କେନ୍ଦୁଝର ଯାଇ ମାଆଙ୍କୁ କରିବେ ଦର୍ଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking