19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୧୭ରେ ଶପଥ ନେବେ ହରିୟାଣା ମୁଖ୍ୟମନ୍ତ୍ରୀ ସୈନି

୧୭ରେ ଶପଥ ନେବେ ହରିୟାଣା ମୁଖ୍ୟମନ୍ତ୍ରୀ ସୈନି

ହରିୟାଣା : ହରିୟାଣାରେ ବିଜେପିର ଦମଦାର ବିଜୟ ପରେ ସରକାର ଗଠନ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୭ରେ ତାରଖିରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି। ସକାଳ ୧୦ଟାରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ନାୟବ ଶପଥ ଗ୍ରହଣ କରିବେ। ସୂତ୍ର ଅନୁସାରେ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ।

ଏଥିସହ ବହୁ ବରିଷ୍ଠ ନେତାମାନେ ମଧ୍ୟ ଯୋଗ ଦେବେ। ପଞ୍ଚକୁଲାର ଗ୍ରାଉଣ୍ଡ ସେକ୍ଟର ୫ରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଶପଥ ଗ୍ରହଣ ସମାରୋହ ସମ୍ପର୍କରେ ସୂଚନା ଦେଇ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ଅକ୍ଟୋବର ୧୭ ରେ ପଞ୍ଚକୁଲାରେ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ମଞ୍ଜୁରୀ ମିଳିସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking