32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଜମ୍ମୁକାଶ୍ମୀରରେ ଶାନ୍ତି ଭଙ୍ଗ ପାଇଁ ଚେଷ୍ଟା କରୁଛି ପାକିସ୍ତାନ

ଜମ୍ମୁକାଶ୍ମୀରରେ ଶାନ୍ତି ଭଙ୍ଗ ପାଇଁ ଚେଷ୍ଟା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ସମେତ ଭାରତର ଅନ୍ୟ ଅଞ୍ଚଳକୁ ଆତଙ୍କବାଦୀ ଟାର୍ଗେଟ କରିପାରନ୍ତି । ବିଏସ୍‌ଏଫର ଜଣେ ଶୀର୍ଷ ଅଧିକାରୀ ଏନେଇ ବଡ଼ ସୂଚନା ଦେଇଛନ୍ତି । ଜମ୍ମୁକାଶ୍ମୀର ଭିତରେ ପ୍ରବେଶ କରିବାକୁ ୧୫୦ ଆତଙ୍କବାଦୀ ଚକ୍ରାନ୍ତ ଚଳାଇଛନ୍ତି ବୋଲି ସେ କହିଛନ୍ତି । ଶୀତ ଋତୁ ଆସୁଥିବାରୁ ସୀମା ଆରପାରିରେ ଥିବା ଲଞ୍ଚପ୍ୟାଡ୍‌ରେ ଭାରତରେ ଅନୁପ୍ରବେଶ ଲାଗି ଅନାଇ ରହିଛନ୍ତି ଦେଢ଼ ଶହରୁ ଅଧିକ ଆତଙ୍କବାଦୀ । କିନ୍ତୁ ସେମାନଙ୍କ ଚାଲ୍ ଭଣ୍ଡୁର କରିବା ପାଇଁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ) ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଅଧିକାରୀଜଣଙ୍କ କହିଛନ୍ତି । ବିଏସ୍‌ଏଫ ଆଇଜି (କାଶ୍ମୀର ଫ୍ରଣ୍ଟିୟର) ଅଶୋକ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅନୁପ୍ରବେଶ ଲାଗି ଲଗାତାର ପ୍ରୟାସ ଜାରି ରହିଛି । ବିଭିନ୍ନ ଏଜେନ୍ସି ଦ୍ୱାରା ମିଳିଥିବା ଗୁଇନ୍ଦା ତଥ୍ୟ ଆଧାରରେ ଆମେ ସୀମା ନିକଟରେ ସଶକ୍ତ ରଣନୀତି ପ୍ରସ୍ତୁତ କରିଛୁ ଏବଂ ସେନା ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛୁ ।

ସୀମା ପାର ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ଉପରେ ମଧ୍ୟ ବିଏସଏଫ୍ ନଜର ରଖିଛି । ଏହା ଦ୍ୱାରା ଭାରତରେ କୌଣସି ପ୍ରକାର ଆତଙ୍କୀ ଆକ୍ରମଣକୁ ଭଣ୍ଡୁର କରିବାକୁ ବିଏସଏଫ୍ ଏବଂ ସେନା ସକ୍ଷମ ହୋଇପାରିବେ । ଏଲଓସି ଆରପଟେ ଆତଙ୍କବାଦୀଙ୍କ ସଂଖ୍ୟା ସାଧାରଣତଃ ୧୩୦-୧୫୦ ରହିଥାଏ । କିନ୍ତୁ ଏହି ସଂଖ୍ୟା ସମୟ ସମୟରେ ବଢ଼ିଥାଏ ବୋଲି ଆଇଜି ଅଶୋକ ଯାଦବ କହିଛନ୍ତି । ଜମ୍ମୁକାଶ୍ମୀରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପରେ ସୃଷ୍ଟି ହୋଇଥିବା ଆହ୍ୱାନକୁ ନେଇ ସେ କହଛନ୍ତି, ବିଏସଏଫ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ଲାଗି ଜମ୍ମୁକାଶ୍ମୀର ପୋଲିସ ଏବଂ ପ୍ରଶାସନ ସହ ମିଣି କାମ କରିଥିଲା । ବହୁ ଆୱାନ ଥିଲା, ବିପଦ ଥିଲା । ଏହା ସତ୍ତ୍ୱେ ସମନ୍ୱିତ ଯୋଜନା ମାଧ୍ୟମରେ କୌଣସି ପ୍ରକାଣ ଆକ୍ରମଣକୁ ରୋକିବା ସହ ନିର୍ବାଚନକୁ ସଫଳ ରୂପେ ପରିଚାଳନା କଲୁ । ଏବେ ଶୀତ ଋତୁ ଆସୁଛି ଏବଂ ପ୍ରସ୍ତୁତି ସରିଛି ବୋଲି ବିଏସ୍‌ଏଫ ଆଇଜି ଅଶୋକ ଯାଦବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking