15.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶବିଜୁଳି ବିଲରେ ଅତିଷ୍ଠ ହୋଇ ଜୀବନ ହାରିଲେ ଯୁବକ

ବିଜୁଳି ବିଲରେ ଅତିଷ୍ଠ ହୋଇ ଜୀବନ ହାରିଲେ ଯୁବକ

ନୂଆଦିଲ୍ଲୀ: ବାରମ୍ବାର ବଢ଼ୁଥିବା ବିଜୁଳି ବିଲକୁ ନେଇ ଅତିଷ୍ଠ ହୋଇପଡ଼ିଥିବା ଜଣେ ଯୁବକ ଜୀବନ ହାରି ଦେଇଛନ୍ତି। ଯୁବକଙ୍କ ମୃତ୍ୟୁ ପାଇଁ ପରିବାରଲୋକ ବିଜୁଳି ବିଭାଗର ଅଧିକାରୀଙ୍କୁ ଦାୟୀ କରିଛନ୍ତି। ଏହି ଦୁଃଖଦ ଘଟଣାଟି ଉନ୍ନାଓର ଉଚଲଗଞ୍ଜ ଥାନା ଅଞ୍ଚଳସ୍ଥ କୁଶଲପୁର ବସୈନା ଗ୍ରାମରେ ଘଟିଛି। ଏଠାରେ ବସବାସ କରୁଥିବା ଶୁଭମ ରାଜପୁତ ଦିନମଜୁରିଆ ଭାବେ କାମ କରି ନିଜର ପରିବାର ପୋଷୁଥିଲେ। ଶୁଭମଙ୍କ ବାପା ମହାଦେବ ଅଭିଯୋଗ କରି କହିଛନ୍ତି, ‘ଘରର ବିଜୁଳି ବିଲ ଗତ ମାସରେ ବିଜୁଳି ବିଭାଗର ଅବହେଳା ପାଇଁ ଲକ୍ଷାଧିକ ଟଙ୍କା ଆସିଥିଲା। ସେହିପରି ଚଳିତ ମାସରେ ବିଜୁଳି ବିଲ ୮ହଜାର ଟଙ୍କା ଆସିଛି। ଏହି କାରଣରୁ ମୋ ପୁଅ ଶୁଭମ ଚିନ୍ତାରେ ରହୁଥିଲା। ଏହି ଚିନ୍ତା କାରଣରୁ ଶେଷରେ ସେ ଫାଶୀ ଦେଇ ଜୀବନ ହାରି ଦେଇଛି।’

ସୂଚନାଯୋଗ୍ୟ, ଶୁଭମ ୨୦୨୨ରେ ୬୦୦ଟଙ୍କା ଜମା କରି ବିଜୁଳି ସଂଯୋଗ ନେଇଥିଲେ। ମୃତକଙ୍କ ଘରେ ଦୁଇଟି ବଲ, ଗୋଟିଏ ପଙ୍ଖା ଓ ଗୋଟିଏ ଟିଭି ରହିଛି। ଏହା ବ୍ୟତୀତ କେ?ଣସି ବିଜୁଳି ଉପକରଣ ନାହିଁ। ୨୦୨୪ ସେପ୍ଟେମ୍ବର୧ରେ ଶୁଭମଙ୍କ ଘରକୁ ୧ଲକ୍ଷ, ୯ହଜାର ୨୨୧ଟଙ୍କାର ବିଜୁଳି ବିଲ ଆସିଥିଲା। ଅନେକ ଦୌଡ଼ା ଦୌଡ଼ି ପରେ ବିଜୁଳି ବିଲ ୧୬,୩୭୭ଟଙ୍କା ହୋଇଥିଲା। ଏହି ଅର୍ଥ ରାଶି ଶୁଭମ ବହୁତ କଷ୍ଟରେ ସେପ୍େଟମ୍ବର ୧୪ ତାରିଖରେ ଜମା କରିଥିଲେ। କିନ୍ତୁ ବିଜୁଳି ବିଭାଗ ପକ୍ଷରୁ ଅକ୍ଟୋବର ୭ ତାରିଖରେ ପୁଣିଥରେ ୮,୨୨୩ଟଙ୍କାର ବିଜୁଳି ବିଲ ଆସିଥିଲା। ଯାହାକୁ ନେଇ ଶୁଭମ ମାନସିକ ଚିନ୍ତାରେ ପଡ଼ିଯାଇଥିଲେ। ଶେଷରେ ସେ ଜୀବନ ହାରି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking