24.1 C
Bhubaneswar
Monday, May 4, 2026
Homeଦେଶ ବିଦେଶକିମ୍ ଜଙ୍ଗଙ୍କୁ ଚିଡ଼ାଇଲା ଦକ୍ଷିଣ କୋରିଆ

କିମ୍ ଜଙ୍ଗଙ୍କୁ ଚିଡ଼ାଇଲା ଦକ୍ଷିଣ କୋରିଆ

ସିଓଲ: ଦକ୍ଷିଣ କୋରିଆ ଜାଣିଶୁଣି ଉତ୍ତରକୋରିଆ ରାଜଧାନୀ ପେଙ୍ଗୟାଙ୍ଗ ଉପରେ ଡ୍ରୋନ ଉଡ଼ାଇ ମିଥ୍ୟାପ୍ରଚାର ସାମଗ୍ରୀ ପକାଉଛି ବୋଲି ଉତ୍ତରକୋରିଆ କିମ୍ ଜଙ୍ଗ ଅଭିଯୋଗ କରିଛନ୍ତି । ଏହା ସହ ଭବିଷ୍ୟତରେ ଏଭଳି କାର୍ଯ୍ୟକଳାପର କଡ଼ା ଜବାବ ଦିଆଯିବ ବୋଲି କିମ୍ ଧମକ ଦେଇଛନ୍ତି। ଉତ୍ତର କୋରିଆବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଦକ୍ଷିଣ କୋରିଆର ଡ୍ରୋନ୍ ଅକ୍ଟୋବର ୩ ଏବଂ ଗତ ବୁଧବାର ଏବଂ ଗୁରୁବାର ରାଜଧାନୀ ପିୟୋଙ୍ଗ୍ୟାଙ୍ଗ୍ ଉପରେ ଉଡ଼ିଥିଲା। ଦକ୍ଷିଣ କୋରିଆ ଉତ୍ତର କୋରିଆର ସାର୍ବଭୌମତ୍ୱ ଉଲ୍ଲଂଘନ କରିବା ସହ ଏହାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ମନ୍ତ୍ରଣାଳୟ ଅଭିଯୋଗ କରିଛି।

ଉତ୍ତର କୋରିଆ ମନ୍ତ୍ରଣାଳୟ କହିଛି ଯେ ଏହାର ସୁରକ୍ଷା ବାହିନୀ ସବୁ ଉପାୟରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେବ ଏବଂ ଯଦି ଉତ୍ତର କୋରିଆ ଅଞ୍ଚଳରେ ପୁଣି ଥରେ ଦକ୍ଷିଣ କୋରିଆଡ୍ରୋନ୍ ଦେଖିବାକୁ ମିଳେ ତେବେ ବିନା ଚେତାବନୀରେ ଏହାର କଡ଼ା ଜବାବ ଦିଆଯିବ। ଯଦି ଏହି ଭୁଲର ପୁନରାବୃତ୍ତି ହୁଏ ତେବେ ପଡ଼ୋଶୀ ଦେଶକୁ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ମନ୍ତ୍ରାଳୟ କହିଛି। ଉତ୍ତର କୋରିଆର ଏହି ବୟାନ ଉପରେ ଦକ୍ଷିଣ କୋରିଆ ସରକାର ଓ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking