29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶନିରାପଦ ଓହ୍ଲାଇଲା ଏୟାରଇଣ୍ଡିଆ ବିମାନ, ସବୁ ଯାତ୍ରୀ ସୁରକ୍ଷିତ

ନିରାପଦ ଓହ୍ଲାଇଲା ଏୟାରଇଣ୍ଡିଆ ବିମାନ, ସବୁ ଯାତ୍ରୀ ସୁରକ୍ଷିତ

ତ୍ରିଚି: ସବୁ ଉତ୍କଣ୍ଠାର ଅନ୍ତ ଘଟାଇ ଏୟାର ଇଣ୍ଡିଆର ବିମାନଟି ତାମିଲନାଡ଼ୁର ତ୍ରିଚି ଏୟାରପୋର୍ଟରେ ଓହ୍ଲାଇଛି । ଏହା ଫଳରେ ସେଥିରେ ଥିବା ୧୪୧ ଜଣ ଯାତ୍ରୀଙ୍କ ସମେତ ସରକାର ଓ ଦେଶବାସୀ ଆଶ୍ବସ୍ତ ହୋଇଛନ୍ତି ।

ସୂଚନାଯୋଗ୍ୟ,୧୪୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ଶୁକ୍ରବାର ସଂଧ୍ୟାରେ ତ୍ରିଚି ବିମାନବନ୍ଦରରୁ ସାରଜା ଅଭିମୁଖେ ଉଡ଼ାଣ ଭରିଥିଲା । ତେବେ ଉଡ଼ାଣ ଭରିବାର କିଛି ସମୟ ପରେ ତାହାର ହାଇଡ୍ରୋଲିକ୍ ଲାଣ୍ଡିଂ ଗିଅରରେ ତ୍ରୁଟି ଦେଖାଦେଇଥିଲା । ଏହା ଫଳରେ ପାଇଲଟ୍ ଆଉ ଆଗକୁ ନବଢି ବିମାନକୁ ପ୍ରାୟ ଅଢେଇ ଘଣ୍ଟା ଧରି ତ୍ରିଚି ଆକାଶରେ ଉଡ଼ାଇବାକୁ ଲାଗିଲେ, ଯଦ୍ବାରାକି ବିମାନର ଇନ୍ଧନ ଶେଷ ହୋଇଯିବ ଓ ବେଲି ଲାଣ୍ଡିଂ ବେଳେ ବିମାନରେ ନିଆଁ ନ ଲାଗେ ।

ବିମାନର ଲାଣ୍ଡିଂ ଗିଅର କାମ କରୁନଥିବାରୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ବିମାନ ପ୍ରସ୍ତୁତ ହୋଇଥିଲା । ଲାଣ୍ଡିଂ ଗିଅର କାମ ନ କଲେ ବିମାନର ବେଲିଂ ଲାଣ୍ଡିଂ କରାଯାଇଥାଏ । ଅର୍ଥାତ ଲାଣ୍ଡିଂ ବେଳେ ବିମାନର ବଡି ହିଁ ଭୂମି ସ୍ପର୍ଶ କରିବ । ତଳେ ନିଆଁ ଲାଗିବାର ଆଶଙ୍କା ଥିବାରୁ ୧୮ଟି ଦମକଳ ଗାଡ଼ିକୁ ପ୍ରସ୍ତୁତ ରଖାଯାଇଥିଲା। ସଂଧ୍ୟା ପ୍ରାୟ ୮ଟା ୧୫ ମିନିଟରେ ବିମାନଟି ନିରାପଦ ଓହ୍ଲାଇଥିଲା ।

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking