32.1 C
Bhubaneswar
Wednesday, October 16, 2024
Homeଓଡିଶାପୁଅକୁ ଧରି ପ୍ରେମିକ ସହ ଫେରାର ହୋଇଯାଇଥିଲା ସ୍ତ୍ରୀ, ଶେଷରେ କ’ଣ ହେଲା ଜାଣନ୍ତୁ..

ପୁଅକୁ ଧରି ପ୍ରେମିକ ସହ ଫେରାର ହୋଇଯାଇଥିଲା ସ୍ତ୍ରୀ, ଶେଷରେ କ’ଣ ହେଲା ଜାଣନ୍ତୁ..

ନୂଆପଡା : ପୁଅକୁ ଧରି ପ୍ରେମିକ ସହ ଫେରାର ହୋଇଯାଇଥିଲା ସ୍ତ୍ରୀ । ୧୨ ଦିନରେ ୫ ବର୍ଷର ଶିଶୁକୁ ଉଦ୍ଧାର କଲା ପୋଲିସ । ଏହା ସହ ମହିଳା ଏବଂ ତାଙ୍କ ପ୍ରେମିକକୁ ଗିରଫ କରିଛି । ନୂଆପଡା କୋମନା ଥାନା ଲୋହଣ୍ଡୋପାଲି ଗାଁର ଅପହୃତ ହୋଇଥିବା ୫ ବର୍ଷର ପୁଅକୁ ହାଇଦ୍ରାବାଦ ରାମୋଜୀ ଫିଲ୍ମସିଟି ନିକଟରୁ ଉଦ୍ଧାର କଲା କୋମନା ପୋଲିସ । ଗିରଫ ଦୁଇ ଜଣ ହେଲେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମଣ୍ଡଲା ଗାଁର ପଦ୍ମିନୀ ମାଝୀ ଏବଂ ଲଖନା ଗାଁର ଦୁର‌୍ୟୋଧନ ବରିହା ।

ଗତ ସେପ୍ଟେମ୍ବର ୨୯ରେ ପଦ୍ମିନୀ ମାଝୀ ନିଜ ପ୍ରେମିକ ଦୁର୍ଯ୍ୟୋଧନ ବରିହାଙ୍କ ସହ ୫ ବର୍ଷର ଶିଶୁକୁ ନେଇ ଫେରାର ହୋଇଯାଇଥିଲେ । ଏନେଇ ଶିଶୁର ବାପା ଅର୍ଜୁନ ବେମାଲ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ହେବାପରେ ନୂଆପଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ କୋମନା ଥାନାର ଏକ ପୋଲିସ ଟିମ ଅଭିଯୁକ୍ତ ମହିଳା ପଦ୍ମିନୀଙ୍କ ମୋବାଇଲ ଫୋନକୁ ଟ୍ରାକ କରି ହାଇଦ୍ରାବାଦକୁ ଯାଇଥିଲା । ସେଠାରେ ରାଜକୋଣ୍ଡା ପୋଲିସର ସହାୟତାରେ ରାମୋଜୀ ଫିଲ୍ମସିଟି ନିକଟରୁ ଅପହୃତ ୫ ବର୍ଷର ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଏହା ସହ ଅଭିଯୁକ୍ତ ପଦ୍ମିନୀ ଓ ତାର ପ୍ରେମିକ ଦୁର‌୍ୟୋଧନ ବରିହାକୁ ମଧ୍ୟ ପୋଲିସ ଗିରଫ କରିଛି । ଆଜି ପୋଲିସ ଟିମ କୋମନା ଥାନାରେ ପହଞ୍ଚି୍ୱା ପରେ ଅପହୃତ ୫ବର୍ଷର ଶିଶୁକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking