27.1 C
Bhubaneswar
Tuesday, March 24, 2026
Homeଓଡିଶାବାଇକ୍ ଆରୋହୀଙ୍କୁ ଧକ୍କାଦେଲା ଟ୍ୟାଙ୍କର: ୨ ମୃତ

ବାଇକ୍ ଆରୋହୀଙ୍କୁ ଧକ୍କାଦେଲା ଟ୍ୟାଙ୍କର: ୨ ମୃତ

କେନ୍ଦ୍ରାପଡା : କେନ୍ଦ୍ରାପଡାର ଚଣ୍ଡିଖୋଲ-ପାରାଦୀପ ରାସ୍ତାର ଅଳାବାଙ୍କଛକଠାରେ ୫୩ ନମ୍ଵର୍ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ଆରୋହୀଙ୍କୁ ଟ୍ୟାଙ୍କର ଧକ୍କାଦେଇଥିଲା । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି। ଜଣେ ମୃତକ ହେଲେ ଭବାନୀ ପ୍ରସାଦ ମହାପାତ୍ର। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ।

ସୂଚନା ଅନୁସାରେ, ଚଣ୍ଡିଖୋଲ ଆଡୁ ପାରାଦୀପ ଦିଗରେ ଯାଉଥିବା ଦୁଇ ବାଇକ୍ ଆରୋହୀଙ୍କୁ ପଛପଟୁ ଆସୁଥିବା ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଟ୍ୟାଙ୍କର ଧକ୍କା ଦେବାପରେ ଉଭୟ ବାଇକ ଚାଳକ ଛିଟିକି ପଡିଥିଲେ ଏବଂ ବାଇକ୍ଟ୍ୟାଙ୍କର ତଳେ ରହିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ବାଇକ୍‌ ନୂଆ ହୋଇଥିବାରୁ ସେଥିରେ ନମ୍ଵର୍ ଲେଖା ଯାଇନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking