24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶକଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା

କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା

ଭୋପାଳ : ମଧ୍ୟପ୍ରଦେଶର ଉଜ୍ଜୈନରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଜଣେ କଂଗ୍ରେସ ନେତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏହି ମାମଲାରେ ପୁଲିସ୍‌ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉରା କରିଛି। ମୃତକ ହେଲେ କଂଗ୍ରେସର ଜଣେ ପୁରୁଖା ନେତା ତଥା ପୂର୍ବ କର୍ପୋରେଟର କଲିମ ଖାନ । ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାଯାଇଛି। ଆଜି ସକାଳେ ତାଙ୍କ ଗୁଳିବିଦ୍ଧ ମୃତଦେହ ଘରୁ ଉଦ୍ଧାର ହୋଇଥିଲା। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ମାମଲାର ତଦନ୍ତ ଆରମ୍ଭ କରି ଉକ୍ତ ସମୟରେ ଘରେ ଥିବା ତାଙ୍କ ପତ୍ନୀଙ୍କୁ ଅଟକ ରଖିଛି। ପାରିବାରିକ ବିବାଦରୁ ଏହି କାଣ୍ଡ ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ମୃତକଙ୍କ ପତ୍ନୀଙ୍କୁ ପଚରାଉଚରା ପରେ ସତ ପଦାକୁ ଆସିବ ବୋଲି ପୁଲିସ୍‌ କହିଛି। ଏଥିସହ ଘଟଣାର ସତ୍ୟାସତ ଜାଣିବାକୁ ପୁଲିସ୍‌ ପରିବାରର ଅନ୍ୟ ସଦସ୍ୟଙ୍କୁ ବି ପଚରାଉଚରା ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking