24.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶସପା ଓ ଯୋଗୀ ସରକାର ମୁହାଁମୁହିଁ

ସପା ଓ ଯୋଗୀ ସରକାର ମୁହାଁମୁହିଁ

ଲକ୍ଷ୍ନୌ : ମାଲ୍ୟାର୍ପଣକୁ ନେଇ ସପା ଓ ଉତ୍ତରପ୍ରଦେଶ ସରକାର ମୁହାଁମୁହିଁ । ତ୍ତରପ୍ରଦେଶର ଲକ୍ଷ୍ନୌରେ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀପାଳନକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଝଡ଼ । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ପ୍ରବଳ ଉତ୍ତେଜନା ପରେ କିଛି ଲୋକଙ୍କୁ ଉଠାଇ ନେଇଛି ପୁଲିସ । ସମାଜବାଦୀ ପାର୍ଟି ନେତା ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଜୟନ୍ତୀରେ ମାଲ୍ୟାର୍ପଣ ସମୟରେ ଏହି ଉତ୍ତେଜନା ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ , ଆଜି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା। ଲକ୍ଷ୍ନୌ ସ୍ଥିତ ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କିନ୍ତୁ ସେଣ୍ଟର ବାହାରେ ବିଜେପି ଟିଣ ଚାଦର ଲଗାଇ ଅବରୋଧ କରିଥିବା ଅଭିଯୋଗ କରିଛନ୍ତି ଅଖିଳେଶ ଯାଦବ । ବିଜେପି ସରକାର ସମ୍ମୁଖରେ ଟିଣ ଚାଦର ଲଗାଇ ଆମ ବାଟ ରୋକିବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ଦଳୀୟ କର୍ମୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳୀୟ ପତାକା ସହ ଜୟପ୍ରକାଶ ନାରାୟଣଙ୍କ ପ୍ଲାଏ କାର୍ଡ ଧରି ନାରା ଦେଇଥିଲେ। ଏହାପରେ ପୁଲିସ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବ୍ୟାରିକେଡ ଲଗାଇଥିଲା । ସମାଜବାଦୀ କର୍ମୀ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଏହାରି ମଧ୍ୟରେ ଅଖିଳେଶ ଯାଦବ ରାସ୍ତା ଉପରେ ଜୟପ୍ରକାଶ ନାରାୟଙ୍କ ପ୍ରତିମୂର୍ତ୍ତି ରଖି ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଛି । ସ୍ଥିତି ଅସମ୍ଭାଳ ହେବାରୁ କିଛି କର୍ମୀଙ୍କୁ ଉଠାଇ ନେଇଛି ପୁଲିସ ।

ସେପଟେ, ବିଜେପି ଅଖିଳେଶ ଯାଦବଙ୍କ କାର୍ଯ୍ୟକୁ ‘ପିଲାଳିଆମି’ କହି କଟାକ୍ଷ କରିଛି। ଏଥିସହ ସେ ସମାଜବାଦୀ ପାର୍ଟିର ‘ଫ୍ୟୁଜ୍ ଟ୍ରାନ୍ସଫର୍ମର’ ବୋଲି କହିଛି । ଗତକାଲି ବିଳମ୍ବିତ ରାତିରେ ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର ଚାରିପଟେ ଟିଣ ଚାଦର ଲଗାଇ ତାହାକୁ ସିଲ୍‌ କରି ଦିଆଯାଇଛି। ଏହି ଖବର ପାଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସେଠାରେ ପହଞ୍ଚିଥିବା ବେଳେ ଆରମ୍ଭ ହୋଇଥିଲା ହଙ୍ଗାମା। ଆଜି ନିଜ ଜିଦରେ ଅଟଳ ରହି ଅଖିଳେଶ ରାସ୍ତା ଉପରେ ହିଁ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking