32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକୋଇଲା ଖଣିରେ ଆଖିବୁଜା ଗୁଳିମାଡ଼, ୨୦ ମୃତ

କୋଇଲା ଖଣିରେ ଆଖିବୁଜା ଗୁଳିମାଡ଼, ୨୦ ମୃତ

ଇସ୍‌ଲାମ୍‌ବାଦ୍‌: ପୁଣିଥରେ ଅଶାନ୍ତ ହୋଇ ଉଠିଛି ପାକିସ୍ତାନ । ଫୁଟିଛି ଗୁଳି, ଅକାଳରେ ଚାଲିଯାଇଛି ୨୦ ଜୀବନ । ପାକିସ୍ତାନର ବାଲୁଚିସ୍ତାନର କ୍ୱେଟାରେ ବନ୍ଧୁକଧାରୀମାନେ କରିଛନ୍ତି ବଡ଼ ହମ୍‌ଲା । କ୍ୱେଟାର ଏକ କୋଇଲା ଖଣିରେ ଅତର୍କିତ ଗୁଳିମାଡ଼ ଯୋଗୁ ୨୦ ଖଣି କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଆଉ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପାକିସ୍ତାନର ଜଣେ ପୁଲିସ୍‌ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କୋଇଲା ଖଣି ନିକଟରେ ରହୁଥିବା ଶ୍ରମିକଙ୍କ ଘରକୁ ଘେରି ଦେଇଥିଲେ। ଏହାପରେ ସେମାନେ ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଓ ଗୁରୁତରଙ୍କ ମଧ୍ୟରେ ୪ ଜଣ ପାକିସ୍ତାନ ନାଗରିକ ବୋଲି ଜଣାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିନିମନ୍ତେ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ବହୁ ବିଚ୍ଛିନ୍ନବାଦୀ ନେତା ରହୁଥିବା ବେଳେ ସେମାନେ ଅଲଗା ହେବାକୁ ଦାବି କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking