19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୩ କୋଟି ବୀମା ଧାରକଙ୍କ ତଥ୍ୟ ଚୋରି

୩ କୋଟି ବୀମା ଧାରକଙ୍କ ତଥ୍ୟ ଚୋରି

ନୂଆଦିଲ୍ଲୀ: ଷ୍ଟାର ହେଲ୍‌ଥ ବୀମା କମ୍ପାନୀର ୩ କୋଟି ୨୦ ଲକ୍ଷ ଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରାଯାଇଛି। ରିପୋର୍ଟ ଅନୁସାରେ ଷ୍ଟାର ହେଲ୍‌ଥ ବୀମା କମ୍ପାନୀର ସର୍ଭରକୁ ହ୍ୟାକ୍ କରାଯାଇ କମ୍ପାନୀ ଅଧୀନରେ ବୀମା କରାଇଥିବା ହିତାଧିକାରୀଙ୍କ ତଥ୍ୟକୁ ଚୋରି କରାଯାଇଛି। ତେବେ ଏସବୁ ପଛରେ ଏକ ହ୍ୟାକିଂ ଟିମ୍ ରହିଥିବା ଆଶଙ୍କା କରାଯାଉଥିବା ବେଳେ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷେ ଷ୍ଟାର ହେଲ୍‌ଥକୁ ଏକ ଅଜଣା ମେଲ୍ ଯୋଗେ ଜଣେ ହ୍ୟାକର ଏହି ତଥ୍ୟ ଚୋରି କରିନେଇଥିବା ଦାବି କରିଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ଗ୍ରାହକଙ୍କ ତଥ୍ୟ ଲିକ୍ କରାଯାଇଥିବା ହ୍ୟାକର ଜଣକ ସୂଚନା ଦେଇଛି।

ଏହି ତଥ୍ୟ ସଂଗ୍ରହ କରିବା ପରେ ପ୍ରାୟ ୫୭ ଲକ୍ଷ ଟଙ୍କାରେ ସେସବୁକୁ ବିକ୍ରି କରିବା ପାଇଁ ହ୍ୟାକର ଜଣକ ସାମାଜିକ ଗଣମାଧ୍ୟମରେ ତାହାକୁ ପ୍ରଘଟ କରାଇଛି। କମ୍ପାନୀ ପକ୍ଷରୁ ମଧ୍ୟ ଏହାକୁ ସ୍ୱୀକାର କରାଯାଇଛି। କମ୍ପାନୀ ସର୍ଭର ଉପରେ ସାଇବର ଆକ୍ରମଣ ହୋଇଥିବା କୁହାଯାଇଛି। ଜେନ୍‌ଜେନ୍ ନାମରେ ହ୍ୟାକର ଜଣକ ଏସବୁ ସମ୍ବେଦନଶୀଳ ତଥ୍ୟକୁ ଲିକ୍ କରିବା ନେଇ ସ୍ପଷ୍ଟ କରିଥିବାବେଳେ କମ୍ପାନୀ ପକ୍ଷରୁ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking