22.1 C
Bhubaneswar
Friday, February 13, 2026
Homeଓଡିଶାଡ୍ରାଇଭରଙ୍କ ହାତରେ ବିଷ୍ଠା ଉଠାଇଲେ, ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଡ୍ରାଇଭରଙ୍କ ହାତରେ ବିଷ୍ଠା ଉଠାଇଲେ, ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ଥାନା କୋଇପଶି ଟ୍ରକ୍ ପାର୍କିଂୟାର୍ଡ ପାଖ ଜଙ୍ଗଲରେ ସକାଳ ଖଣିକୁ କ୍ରୋମାଇଟ୍ ବୋଝେଇ କରିବାକୁ ଆସିଥବା ୨ ଟ୍ରକ ଡ୍ରାଇଭରଙ୍କ ହାତରେ ବିଷ୍ଠା ଉଠା କରାଇବାକୁ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଓ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯାଇଛି। ଅଢ଼େଇ ଶହରୁ ଅଧିକ ଡ୍ରାଇଭର ୩ ଘଣ୍ଟା ପର‌୍ୟ୍ୟନ୍ତ ‌ପାର୍କିଂୟାର୍ଡରେ କାର‌୍ୟ୍ୟବନ୍ଦ ଆନ୍ଦୋଳନ ଓ ହରତାଳ କରିବାରୁ କ୍ରୋମ୍ ବୋଝେଇ ଓ ପରିବହନ ଠପ୍ ହୋଇଯାଇଥିଲା। ୨ ଡ୍ରାଇଭରଙ୍କ ପ୍ରତି ଏତାଦୃଶ ଆଚରଣକୁ ଓଡ଼ିଶା ଡ୍ରାଇଭର ମହାସଂଘ, ସ୍ଥାନୀୟ କୋଇପଶି ଟ୍ରକ୍ ମ‌ାଲିକ ସଂଘ ଓ ଖଣି ପ୍ରଭାବିତ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ ପୁଲିସ କାର‌୍ୟ୍ୟାନୁଷ୍ଠାନ ଦାବି ହୋଇଥିଲା। ପାର୍କିଂୟାର୍ଡରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ ଓଏମ୍‌ସି ପକ୍ଷରୁ କ୍ରୋମ୍ ପରିବହନ ଓ ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଓଡ଼ିଶା ପୁଲିସ ଓଆଇଏସ୍‌ଏଫ୍ ବାହିନୀର ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ କିରଣ କୁମାର ପାର୍କିଂୟାର୍ଡରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଟ୍ରକ୍ ମାଲିକ ସଂଘ ପକ୍ଷରୁ ସମ୍ରାଟ ସାମଲ, ଅଶାନ୍ତ ପରିଡ଼ା, ଦାମୋଦର ପାତ୍ର ପ୍ରମୁଖ ସାଧାରଣ ଡ୍ରାଇଭରଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ସେମାନଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ଏଣିକି ୨୪ ଘଣ୍ଟିଆ ଟ୍ରକ୍ ସିରିଆଲ୍ ବ୍ୟବସ୍ଥା ପାଇଁ ଆଲୋଚନା ହୋଇଥିଲା। ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରିବା, ଏହାର ଭିଡିଓ ଅପଲୋଡ୍ ଓ ଭାଇରାଲ୍ କରିଥିବା ଯୁବକମାନଙ୍କ ବିରୁଦ୍ଧରେ ୨୪ ଘଣ୍ଟା ମଧ୍ୟରେ କାର‌୍ୟ୍ୟାନୁଷ୍ଠାନ ଦାବି ହୋଇଥିଲା। ପୁଲିସ କାର‌୍ୟ୍ୟାନୁଷ୍ଠାନ ପ୍ରତିଶ୍ତ ଦେବାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରସଙ୍ଗକୁ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ସୁକିନ୍ଦା ବ୍ଲକ ଶାଖା ସଭାପତି ଶମ୍ଭୁନାଥ ମହାନ୍ତଙ୍କ ନେତୃତ୍ବରେ ୨ ଅଭିଯୋଗକାରୀ ରତନଚାନ୍ଦ ଓ ସହଦେବ ଥାନାକୁ ଆସି ଏତଲା ଦେଇଥିଲେ। ଥାନାରେ ଏକ କେସ୍ ରୁଜୁ ହୋଇଥିବା, ତଦନ୍ତ ଜାରି ରହିଥିବା ଓ ଜଣେ ଅଭିଯୁକ୍ତ ଅଟକ ଥିବା ନେଇ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

୨ ଡ୍ରାଇଭର ବଡ଼ଚଣା ଥାନା ସୁଙ୍ଗୁଡ଼ା ଗାଁର ରତନଚାନ୍ଦ ମୁସ୍ତାନ ଓ ସ୍ଥାନୀୟ ଭାଲୁକିପାତଳା ଗାଁର ସହଦେବ ମହାନ୍ତ ଗତ ଶନିବାରରୁ କୋଇପଶି ପାର୍କିଂୟାର୍ଡରେ ଟ୍ରକ୍ ରଖିଥିଲେ। ଏଠାରେ ଡ୍ରାଇଭରମାନଙ୍କ ପାଇଁ ଶୌଚ ବ୍ୟବସ୍ଥା ନଥିବା ଜାଣି ଦୁହେଁ ଆଜି ଏହା ପାର୍ଶ୍ବସ୍ଥ ବସ୍ତି ପାଖ ଡମ୍ପ୍ ତଳ ଜଙ୍ଗଲ ଆଡ଼କୁ ଶୌଚ ପାଇଁ ଯାଇଥିଲେ। ଫେରିବା ବାଟରେ ସ୍ଥାନୀୟ କିଛି ସଂଘବଦ୍ଧ ଯୁବକ ସେହି ଜଙ୍ଗଲରେ ଉଭୟଙ୍କୁ ଘେରିଯାଇ ଏଠାରେ କାହିଁକି ମଇଳା କଲ ବୋଲି ପଚାରିଥିଲେ। ବାଡ଼ି ଦେଖ‌ାଇ ନିଜନିଜ ମଳ ଉଠାଇବାକୁ ବାଧ୍ୟ କରିଥିଲେ। ମଳରେ ମାଟି ଢାଙ୍କିବାକୁ ଉଭୟ ଯେତେ ନେହୁରା ‌ହୋଇଥିଲେ ହେଁ ଅଭିଯୁକ୍ତମାନେ ଶୁଣିନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking