30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଫ୍ଲୋରିଡା ମୁହାଁ ସାଜିଛି ସାମୁଦ୍ରିକ ଝଡ଼ ମିଲ୍ଟନ୍‌; ଘର ଖାଲି କରିବାକୁ ଲୋକଙ୍କୁ ଅନୁରୋଧ କଲେ...

ଫ୍ଲୋରିଡା ମୁହାଁ ସାଜିଛି ସାମୁଦ୍ରିକ ଝଡ଼ ମିଲ୍ଟନ୍‌; ଘର ଖାଲି କରିବାକୁ ଲୋକଙ୍କୁ ଅନୁରୋଧ କଲେ ବାଇଡେନ

ୱାଶିଂଟନ୍‌: ସାମୁଦ୍ରିକ ଝଡ଼ ମିଲ୍ଟନ୍ ଏବେ ଘଣ୍ଟା ପ୍ରତି ୩୨୧ କିଲୋମିଟର ବେଗରେ ଫ୍ଲୋରିଡା ସହର ଅଭିମୁଖେ ଗତି କରୁଛି। ଏହା ଯେକୌଣସି ସମୟରେ ଫ୍ଲୋରିଡାରେ ଲ୍ୟାଣ୍ଡ୍‌ଫଲ୍ କରିବା ସହ ତାଣ୍ଡବ ରଚିପାରେ। ତେବେ ମିଲ୍ଟନ୍‌କୁ ନେଇ ଫ୍ଲୋରିଡାବାସୀଙ୍କୁ ସତର୍କ କରାଇବା ଅଭିପ୍ରାୟରେ ବୁଧବାର ଅପରାହ୍ନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ ବିବୃତି ଜାରି କରିଛନ୍ତି। ବାଇଡେନ୍ ଗଣମାଧ୍ୟମରେ ଏକ ବିବୃତି ଦେଇ ଫ୍ଲୋରିଡା ବାସିନ୍ଦାଙ୍କୁ ଯଥାଶୀଘ୍ର ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ଯେ ସାମୁଦ୍ରିକ ଝଡ ମିଲ୍ଟନ୍ ଏକ ୫ମ ଶ୍ରେଣୀର ସାମୁଦ୍ରିକ ଝଡ଼। ଯାହା ଫଳରେ ଲୋକମାନେ ଅତି କମରେ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ନିଜ ଘର ଖାଲି କରିବାକୁ ସେ ଅନୁରୋଧ କରୁଛନ୍ତି। ଯାହାଫଳରେ ଧନଜୀବନ ହାନୀ ହେବାକୁ କମ୍ କରାଯାଇ ପାରିବ। ପ୍ରକାଶ, ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଘଣ୍ଟା ପ୍ରତି ୨୪୯ କିଲୋମିଟର କିମ୍ବା ତା’ଠାରୁ ଅଧିକ ବେଗରେ ପବନ ବହିଲେ ଏହାକୁ ୫ ଶ୍ରେଣୀ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଥାଏ। ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ ମିଲ୍ଟନ୍‌ର ଆକାର ଏବଂ ପ୍ରକାରକୁ ଦୃଷ୍ଟିରେ ରଖି ଏହାକୁ ୫ ଶ୍ରେଣୀ ଝଡ଼ ବୋଲି ବିବେଚନା କରିଛି।

ଆମେରିକା ପାଣିପାଗ ବିଭାଗ ଅନୁଯାୟୀ, ମିଲ୍ଟନ୍ ରାଜ୍ୟର ଗଲ୍ଫ୍ କୋଷ୍ଟରେ ସବୁଠାରୁ ବିନାଶକାରୀ ଝଡ଼ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଝଡ଼ରେ ୧୮ ଫୁଟରୁ ଅଧିକ ଉଚ୍ଚର ଜୁଆର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାଯୋଗୁ ଘର ଭୁଶୁଡିଯିବାର ଆଶଙ୍କା ରହିଛି। ମିଲଟନ୍ ଝଡ଼ ଯୋଗୁ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବାର ଆଶଙ୍କା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଉପକୂଳବର୍ତ୍ତୀ ଅଞ୍ଚଳରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସେମାନଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଏପ୍ରକାର ସତର୍କ ପରାମର୍ଶ ଏବଂ ପାଣିପାଗ ବିଭାର ରିପୋର୍ଟକୁ ଦୃଷ୍ଟିରେ ରଖି ଫ୍ଲୋରିଡାବାସୀ ଭୟଭୀତ ହୋଇ ଏବେ ନିଜ ଘର ଖାଲି କରି ସୁରକ୍ଷିତ ସ୍ଥାନ ମୁହାଁ ହୋଇଥିବାର ଦେଖିବାକୁ ମିଳୁଛି। ଫଳରେ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଏତଦ୍‌ବ୍ୟତୀତ ଏବେ ଲୋକେ ନିଜ ଗାଡ଼ିରେ ଜରୁରି ପରିସ୍ଥିତି ପାଇଁ ଅଧିକ ପରିମାଣର ପେଟ୍ରୋଲ/ଡିଜେଲ/ ସିଏନ୍‌ଜି ଗ୍ୟାସ ଆଦି ଭର୍ତ୍ତି କରୁଥିବାରୁ ଫୁଏଲ୍ ଷ୍ଟେସନ୍‌ଗୁଡ଼ିକରେ ତୈଳ, ଗ୍ୟାସ ଆଦି ଅଭାବ ଦେଖିବାକୁ ମିଳୁଛି। ପ୍ରକାଶ, ମିଲ୍ଟନ୍ ପୂର୍ବରୁ ଆଉ ଏକ ପ୍ରଳୟଙ୍କାରୀ ଝଡ ‘ହେଲେନ’ ମଧ୍ୟ ଫ୍ଲୋରିଡାରେ ବ୍ୟାପକ କ୍ଷୟକ୍ଷତି ଘଟାଇସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking