32.1 C
Bhubaneswar
Wednesday, October 16, 2024
Homeଓଡିଶାସୋସିଆଲ ମିଡିଆରେ ଫଟୋ ସେୟାର କରୁଥିଲେ ସାବଧାନ !

ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିଲେ ସାବଧାନ !

ନୂଆଦିଲ୍ଲୀ: ନୂତନ ଟେକ୍ନୋଲୋଜି ବିକଶିତ ସହିତ ଦେଶରେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଲୋକେ ଯେତେ ସଚେତନ ହେଲେ ମଧ୍ୟ ସାଇବର ଠକମାନେ ଠକେଇର ନୂଆ ନୂଆ ରାସ୍ତା ବାଛି ନେଉଛନ୍ତି । ନିରୀହ ଲୋକଙ୍କୁ ନିଜ ଜାଲରେ ଫସାଇ ଅତି ଚତୁରତାର ସହିତ ବ୍ୟକ୍ତିଗତ ତଥ୍ୟ ହାସଲ କରି ଟଙ୍କା ଚଳୁ କରୁଛନ୍ତି । ଏଣୁ ନିଜର ବ୍ୟକ୍ତିଗତ ତଥ୍ୟକୁ ପବ୍ଲିକ କରିବା ପୂର୍ବରୁ ପ୍ରତିଟି ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଯାହାଦ୍ୱାରା ଆପଣଙ୍କ କଷ୍ଟ ଅର୍ଜିତ ଧନ ରକ୍ଷା ପାଇପାରିବ ।

ଆଜିକାଲି ସବୁ ପ୍ରକାରେ ଚେଷ୍ଟା କରିବା ପରେ ସାଇବର ଠକ ବିଫଳ ହେବା ପରେ ଠକେଇର ନୂଆ ରାସ୍ତା ବାଛିଛନ୍ତି । ସେମାନେ ସୋସିଆଲ ମିଡିଆ ଆକାଉଣ୍ଟରୁ ୟୁଜରଙ୍କ ଫଟୋ ନେଇ ଫେକ୍ ବା ନକଲି ଆକାଉଣ୍ଟ ତିଆରି କରୁଛନ୍ତି । ଏହାପରେ ଉକ୍ତ ବ୍ୟକ୍ତିଙ୍କ ବନ୍ଧୁ ପରିଜନଙ୍କୁ ଟଙ୍କା ମାଗୁଛନ୍ତି । ଏଣୁ ପୋଲିସ ଏଥିପ୍ରତି ଲୋକଙ୍କୁ ସଚେତନ କରାଇଛି । ଏଥିରୁ ବର୍ତ୍ତିବା ଲାଗି ମଝିରେ ମଝିରେ ଆପଣଙ୍କ ନାଁରେ ଅନ୍ୟ କୌଣସି ଫେକ୍ ଆକାଉଣ୍ଟ ଅଛି କି ନାହିଁ ତାହାକୁ ଯାଞ୍ଚ କରନ୍ତୁ । ଯଦି ଫେକ୍ ଆକାଉଣ୍ଟ ମିଳେ ତେବେ ଏ ନେଇ ନିଜ ବନ୍ଧୁ ପରିଜନଙ୍କୁ ସୂଚିତ କରନ୍ତୁ । ଆପଣ ନୋଟିସ କରିଥିବେ ଏବେ କିଛି ଆପ୍ ଓ ୱେବସାଇଟ ଆପଣଙ୍କ ପରିଚୟ ଯାଞ୍ଚ କରିବାକୁ ସେଲଫି ନେବାକୁ କୁହନ୍ତି । ଏହାକୁ ସେଲଫି କନଫର୍ମ ବୋଲି କୁହାଯାଏ ।

ଅଧିକାଂଶ ବ୍ୟାଙ୍କ ଏବଂ ଫିନଟେକ୍ କମ୍ପାନୀ ଲୋକମାନଙ୍କର ସତ୍ୟତା ଯାଞ୍ଚ କରିବାକୁ ସେଲଫି ବ୍ୟବହାର କରନ୍ତି । ତେବେ ସାଇବର ଠକମାନେ ମଧ୍ୟ ସମାନ ରଣନୀତି ବ୍ୟବହାର କରିପାରିବେ । ତେଣୁ ସତର୍କତା ଅବଲମ୍ବନ କରନ୍ତୁ । ନିକଟ ଅତୀତରେ ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ନେଟୱାର୍କିଂ ସାଇଟରେ ପୋଷ୍ଟ ହୋଇଥିବା ଫଟୋ ଚୋରି କରୁଥିବା ଏବଂ ଟଙ୍କା ମାଗିବା ପାଇଁ ଅଲଗା ଆକାଉଣ୍ଟ ସୃଷ୍ଟି କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । କେବଳ ସେତିକି ନୁହେଁ, ସେମାନେ ଅନ୍ୟ ଆପ୍ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲୁଟିବାକୁ ଚେଷ୍ଟା କରୁଛନ୍ତି । ସାଧାରଣ ଲୋକଙ୍କ ଆକାଉଣ୍ଟରେ ସାଇବର ଅପରାଧମାନେ ହ୍ୟାକ୍ କରିବାର ଅନେକ ମାମଲା ରହିଛି । ଯେଉଁମାନେ ସୋସିଆଲ ମିଡିଆରେ ବ୍ୟକ୍ତିଗତ ଫଟୋ ପୋଷ୍ଟ କରନ୍ତି ସେମାନେ ପ୍ରଥମେ ସେମାନଙ୍କ ଆକାଉଣ୍ଟ ପ୍ରୋଫାଇଲଗୁଡ଼ିକୁ ଲକ୍ କରିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking