29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଧ୍ୱଂସର ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼ ‘ମିଲ୍‌ଟନ’

ଧ୍ୱଂସର ତାଣ୍ଡବ ରଚିପାରେ ଘୂର୍ଣ୍ଣିଝଡ଼ ‘ମିଲ୍‌ଟନ’

ୱାଶିଂଟନ୍‌: ଆମେରିକାରେ ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏକ ବଡ଼ ଘୂର୍ଣ୍ଣିଝଡ଼ ଆସିବାକୁ ଯାଉଛି । ଫ୍ଲୋରିଡାରେ ମିଲ୍‌ଟନ ଝଡ଼କୁ ନେଇ ଆଲର୍ଟ ଜାରି କରାଯାଇଛି । ନ୍ୟାସନାଲ ହରିକେନ୍ ସେଣ୍ଟର ଏହାକୁ ସବୁଠାରୁ ଅଧିକ ବିନାଶକାରୀ ଝଡ଼ ବର୍ଗ ‘୫’ରେ ରଖିଛି । ଏହି ବର୍ଗରେ ଝଡ଼ର ପ୍ରଭାବରେ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ମିଲ୍‌ଟନ ଆଜି ଫ୍ଲୋରିଡାର ଟାମ୍ପା ବେ’ରେ ଲ୍ୟାଣ୍ଡଫଲ କରିପାରେ । ଏହି ଝଡ଼ ଯୋଗୁ ଅଧିକାରୀମାନେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଟାମ୍ପା ସମୁଦ୍ରକୂଳିଆ ଅଞ୍ଚଳରୁ ଦୂରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ ସ୍ଥିତି ଏମିତି ହୋଇଛି ଯେ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହୋଇଛି । ଏହା ସହିତ ଇନ୍ଧନର ଅଭାବ ମଧ୍ୟ ଦେଖାଦେଇଛି ।

ଝଡ଼ ଯୋଗୁ ଟାମ୍ପା ସାଗରର ଉତ୍ତର ଏବଂ ଦକ୍ଷିଣ ତଟରେ ୧୦ରୁ ୧୫ ଫୁଟ ଉଚ୍ଚ ଲହରୀ ଉଠିବାର ଆଶଙ୍କା କରାଯାଉଛି । ଆମେରିକାର ଜାତୀୟ ଘୂର୍ଣ୍ଣିଝଡ଼ କେନ୍ଦ୍ର ୨୫୪ ମିମି କିମ୍ବା ଏହାଠାରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି । ବନ୍ୟାର ଆଶଙ୍କା ମଧ୍ୟ ରହିଛି । ଝଡ଼ ଯୋଗୁ ବିମାନ ଚଳାଚଳ ବି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପାଖାପାଖି ୯୦୦ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ବୁଧବାର ପାଇଁ ନିର୍ଦ୍ଧାରିତ ୧୫୦୦ରୁ ଅଧିକ ଉଡ଼ାଣକୁ ବାତିଲ କରି ଦିଆଯାଇଛି । ମିଲ୍‌ଟନ ବର୍ତ୍ତମାନ ମେକ୍ସିକୋ ଉପକୂଳ ଦେଇ ଗତି କରୁଛି । ମଙ୍ଗଳବାର ସୁଦ୍ଧା ଏହାର ବେଗ ଥିଲା ଘଣ୍ଟା ପ୍ରତି ପାଖାପାଖି ୨୮୫ କିଲୋମିଟର । ଏହାରି ମଧ୍ୟରେ ଫ୍ଲୋରିଡାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking