19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ନୂଆଦିଲ୍ଲୀ : ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌ । ବଢ଼ିବନି ହୋମ୍‌ ଲୋନ୍‌ ଇଏମ୍‌ଆଇ। ଏଥର ମଧ୍ୟ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ। ଲଗାତର ୧୦ମ ଥର ପାଇଁ ପ୍ରମୁଖ ସୁଧ ହାର ତଥା ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଏମପିସି ବୈଠକରେ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରିଭର୍ସ ରେପୋ ରେଟ୍‌କୁ ୩.୩୫% ଓ ବ୍ୟାଙ୍କ ରେଟ୍‌କୁ ୬.୭୫%ରେ ସ୍ଥିର ରହିଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ନ୍ୟୁଟ୍ରଲ ରଖାଯାଇଛି। ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଆରବିଆଇର ମୁଦ୍ରା ନୀତି କମିଟିର ବୈଠକ ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ମାସ ଆରମ୍ଭରେ ସରକାର ମୁଦ୍ରା ନୀତି କମିଟି (ଏମପିସି) – ଭାରତର ରିଜର୍ଭ ବ୍ୟାଙ୍କର ରେଟ୍ ସେଟିଂ କମିଟି ପୁର୍ନଗଠନ କରିଥିଲେ। ଏଥର କମିଟି ତିନିଜଣ ନୂତନ ନିଯୁକ୍ତ ବାହ୍ୟ ସଦସ୍ୟଙ୍କ ସହ ଏହି ବୈଠକ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking