32.1 C
Bhubaneswar
Wednesday, October 16, 2024
Homeଓଡିଶାହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପୁଲିସ

ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପୁଲିସ

କଟକ :  ଭରତପୁର ଥାନା ଘଟଣା ପରେ ରାଜ୍ୟର ସବୁଥାନାରେ ସିସିଟିଭି କ୍ୟାମେରା ଲଗାଇବା ସହିତ ଥାନାକୁ ଅସୁଥିବା ଲୋକଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ରୁଜୁ ମାମଲାର ଶୁଣାଣି ଆଜି ହୋଇଛି । ପୂର୍ବତନ ଏଡିଜି (ଆଧୁନିକୀକରଣ) ଦୟାଲ ଗାଙ୍ଗୁଆର୍ ହାଇକୋର୍ଟରେ ହାଜର ହୋଇ ରାଜ୍ୟର ସବୁ ଥାନାରେ ସିସିଟିଭି କ୍ୟାମେରା ଲଗାଇବା ଉପରେ ସତ୍ୟପାଠ ଦାଖଲ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ  ଖଣ୍ଡପୀଠ ମାମଲାର ଶୁଣାଣି କରି କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ନିମନ୍ତେ ଅଦାଲତ ଆଗାମୀ ନଭେମ୍ବର ୧୨ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି । ପ୍ରଦତ୍ତ ସତ୍ୟପାଠରେ ଦର୍ଶାଯାଇଛି ଯେ, ପୁଲିସ ବିଭାଗ ପକ୍ଷରୁ ଏକ ଭଲ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି, ଯାହା ଆଗାମୀ ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଉକ୍ତ ନୂତନ ବ୍ୟବସ୍ଥାକୁ ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ ବୋଲି କୁହାଯାଉଛି । ଏହା ପ୍ରତି ଜିଲାର ପୁଲିସ ଏସ୍‌ପିଙ୍କ କାର୍ଯ୍ୟାଳୟରେ ସ୍ଥାପନ କରାଯିବ । ଏସ୍‌ପି ଚାହିଁଲେ ତାଙ୍କ ଜିଲାର କେଉଁ ପୁଲିସ ଷ୍ଟେସନ୍‌ରେ ସିସିଟିଭି କାମ କରୁନାହିଁ ତାହା ଜାଣିପାରିବେ । ଦ୍ୱିତୀୟରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ସେ ଣ୍ଟ୍ରାଲ କଣ୍ଟ୍ରୋଲ ରୁମ ମନିଟରିଂ ସିଷ୍ଟମ କରାଯାଉଛି, ଯାହା ପୁଲିସ ଡିଜିଙ୍କ କାର୍ଯ୍ୟାଳୟରେ ରହିବ । ଏହାଦ୍ୱାରା ଡିଜି ଜାଣିପାରିବେ ସାରା ଓଡ଼ିଶାରେ କେଉଁ ଥାନାରେ ସିସିଟିଭି କାମ କରୁନାହିଁ । ସୁପ୍ରିମକୋର୍ଟର ବିଚାରପତି ପରମଜିତ୍ ସିଂହଙ୍କ ପ୍ରଦତ୍ତ ରାୟ ଅନୁସାରେ ୨୦୨୭ ସୁଦ୍ଧା ସମସ୍ତ ଥାନାରେ ଶିଶୁ ଓ ମହିଳା ଡେସ୍କ କରାଯିବ । ଲୋକେ ଥାନାକୁ ଯିବା ପାଇଁ ଭୟ୍‌ରୁଛନ୍ତି । ସେଥିପାଇଁ ପୁଲିସ ନିଜ ଆଚରଣରେ ପରିବର୍ତ୍ତନ ଆଣିବ । ଲୋକଙ୍କ ସହ ମିଶିବ, ଲୋକଙ୍କ ପାଇଁ କାମ କରିବ ପୁଲିସ । ଆଉ ଏକ ଅତ୍ୟାଧୁନିକ ବ୍ୟବସ୍ଥା ଅନୁଯାୟୀ ପୁଲିସ ବିଭାଗ ନେଟୱାର୍କ ଭିଡିଓ ରେକର୍ଡିଂ(ଏନ୍‌ଭିଆର୍‌) ସିଷ୍ଟମ କରାଯାଇଛି । ଏହି ବ୍ୟବସ୍ଥା ପ୍ରତି ଥାନାରେ ରହିବ । ଏହାଦ୍ୱାରା ଥାନାରେ ଘଟୁଥିବା କାର୍ଯ୍ୟକଳାପର ସିସିଟିଭି ରେକର୍ଡିଂ ବର୍ଷେ ପର୍ଯ୍ୟନ୍ତ ସଂରକ୍ଷିତ ହୋଇରହିବ । ହାଇକୋର୍ଟ ଏହି ରେକର୍ଡିଂକୁ ଡିଜିପିଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ପୁଣି ସିସିଟିଭିର ନୂଆ ରେକର୍ଡିଂ ଗଚ୍ଛିତ ହୋଇପାରିବ । ଆର୍ମଡ୍ ପର୍ସନେଲଙ୍କୁ କିଭଳି ଭାବରେ ପୁଲିସ ବ୍ୟବହାର ପ୍ରଦର୍ଶନ କରିବ ସେନେଇ ଏକ ଏସ୍‌ଓପି ପ୍ରସ୍ତୁତ କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଏନେଇ ଏସ୍‌ଓପି ପ୍ରସ୍ତୁତ କରୁଥିବା ହାଇକୋର୍ଟଙ୍କୁ ଦର୍ଶାଇଛନ୍ତି । ଏହାଦ୍ୱାରା ଥାନାକୁ ଆସୁଥିବା ଆର୍ମଡ୍ ପର୍ସନେଲଙ୍କୁ ପୁଲିସ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବ । ପ୍ରଚଳନ ହେବାକୁ ଥିବା ନୂତନ ବ୍ୟବସ୍ଥାଗୁଡ଼ିକର ସତ୍ୟପାଠକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, ଭରତପୁର ଥାନାରେ ଆର୍ମି ଅଫିସର-ପୁଲିସ ବିବାଦ ପରେ ଉକ୍ତ ଥାନାରେ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ନଥିବା ଜଣାପଡ଼ିଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ହାଇକୋର୍ଟ ନିଜ ଆଡ଼ୁ ଏହି ମାମଲା ରୁଜୁ କରିଥିଲେ । ଆମିକସ୍ କ୍ୟୁରୀ ଭାବେ ଆଇନଜୀବୀ ଗୌତମ ମିଶ୍ର ଦାୟିତ୍ୱ ତୁଲାଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking