27.1 C
Bhubaneswar
Friday, October 18, 2024
Homeଓଡିଶାପୁଣି ସୀମାନ୍ତରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ପୁଣି ସୀମାନ୍ତରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କୁ ଆଉ ତ୍ରାହୀ ନାହିଁ। ଯବାନମାନେ ଲଗାତାର ନକ୍ସଲଙ୍କ ପିଛା କରି ସେମାନଙ୍କୁ ଧରାଶାୟୀ କରୁଛନ୍ତି। ଗତ ତିନି ଦିନ ତଳେ ନାରାୟଣପୁର ଏବଂ ଦନ୍ତେୱାଡା ସୀମାନ୍ତରେ ୩୧ ଜଣ ନକ୍ସଲଙ୍କୁ କରିଥିବା ବେଳେ ଏବେ ପୁଣି ସୀମାନ୍ତ ସୁକମାରେ ନକ୍ସଲ ସହ ସାମ୍ନାସାମ୍ନି ହୋଇଛି ପୁଲିସ। ଏହି କ୍ରମରେ ଆଜି ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟରାମ ଥାନା ଅଞ୍ଚଳର କୋଣ୍ଟା ଏବଂ କିଷ୍ଟରାମ ସୀମାନ୍ତ ଜଙ୍ଗଲର ପମଲୁରରେ ନକ୍ସଲ ଓ ପୁଲିସ ମଧ୍ୟରେ ନକ୍ସଲ ଗୁଳିବିନିମୟ ଘଟିଛି।

ଏହି ଗୁଳିବିନିମୟରେ ନକ୍ସଲ ସଂଗଠନର କିଷ୍ଟରାମ ଏରିଆ କମିଟି ସଦସ୍ୟମାନେ ଏହି ଜଂଗଲରେ ଉପସ୍ଥିତ ଥିବା ପୁଲିସ ସୂଚନା ପାଇବା ପରେ ଡ଼ିଆରଜି, ଏସଟିଫ, ବସ୍ତର ଫାଇଟର୍ସ, ୨୦୬ କୋବ୍ରା, ସିଆରପିଏଫ ଯବାନ ପମଲୁର, ଡବାକଣ୍ଟା, ବୁରକାଲଙ୍କା, ସିଂହମ ପଡ଼ଗୁ ଗ୍ରାମ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଷ୍ଟରାମ ଏରିଆ କମିଟି ସଦସ୍ୟ ଲୋକେଶର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ମାଓ ସାମଗ୍ରୀ ଜବତ କରାଯାଇଛି। ଏବେ ବି ରହି ରହି ଗୁଳିବିନିମୟ ଚାଲିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking