26.1 C
Bhubaneswar
Sunday, October 6, 2024
Homeଅପରାଧନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗିର : ବଲାଙ୍ଗିର ସିନ୍ଧେକେଲା ଥାନା ଅଞ୍ଚଳରେ ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ । ଡାକ୍ତରୀ ପାଠ ପଢ଼ି ନ ଥିଲେ। ହେଲେ ସାଜିଥିଲେ ଡାକ୍ତର। ଏମବିବିଏସ୍ ଡିଗ୍ରୀ ନ ଥାଇ ବି କରୁଥିଲେ ରୋଗୀ ଚିକିତ୍ସା। ବେଆଇନ ଭାବରେ କ୍ଲିନିକ ଖୋଲି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଏପରି ଜଣେ ନକଲି ଡାକ୍ତରଙ୍କୁ ବାନ୍ଧିଛି ପୁଲିସ୍‌। ଗିରଫ ନକଲି ଡାକ୍ତରଙ୍କ ନାଁ ପଲାସା ବିଶ୍ୱାସ ଓ ଘର ପଶ୍ଚିମବଙ୍ଗର ରାମେଶ୍ୱରପୁରରେ ବୋଲି ଜଣାଯାଇଛି। ଗତକାଲି ସିନ୍ଧେକଲା ଗାଁରେ ଥିବା ତାଙ୍କ କ୍ଲିନିକରେ ଚଢ଼ାଉ କରିଥିଲା ପୁଲିସ ଓ ପ୍ରଶାସନ। ଟିଟିଲାଗଡ ଏସଡିଏମଓ, ଡ୍ରଗ୍ସ ଇନସ୍ପେକ୍ଟର ଓ ସିନ୍ଧେକେଲା ପୁଲିସର ମିଳିତ ଉଦ୍ୟମରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ପଲାସା ଏମବିବିଏସ୍‌ ଡିଗ୍ରୀ ତଥା କ୍ଲିନିକ୍‌ର ଲାଇସେନ୍ସ କିଛି ବି ଦେଖାଇ ପାରି ନ ଥିଲେ। ତେଣୁ ତାଙ୍କୁ ତୁରନ୍ତ ବାନ୍ଧିଛି ସିନ୍ଧେକେଲା ଥାନା ପୁଲିସ। ବିନା ଲାଇସେନ୍ସ ତଥା ଡିଗ୍ରୀରେ ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking