30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଫ୍ରାନ୍ସ କମ୍ପାନୀ ଉପରେ ଇସ୍ରାଏଲର ବୋମାମାଡ଼

ଫ୍ରାନ୍ସ କମ୍ପାନୀ ଉପରେ ଇସ୍ରାଏଲର ବୋମାମାଡ଼

ନୂଆଦିଲ୍ଲୀ : ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପାଶ୍ଚାତ୍ୟ ଦେଶଗୁଡ଼ିକୁ ପରାମର୍ଶ ଦେବା ପରେ ଯୁଦ୍ଧ ପରିସ୍ଥିତି ଅଧିକ ଜଟିଳ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସିଧାସଳଖ ଫ୍ରାନ୍ସକୁ ସମାଲୋଚନା କରିବା ପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଆଉ ଗୋଟିଏ ପାଦ ଆଗକୁ ଯାଇ ଲେବାନନରେ ଥିବା ଫ୍ରାନ୍ସ କମ୍ପାନୀ ଉପରେ ଆକ୍ରମଣ କରିଛି। ଲେବାନନ ରାଜଧାନୀ ବେରୁତ ସହରରେ ଥିବା ଫ୍ରାନ୍ସର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଟୋଟାଲଏନର୍ଜିଜ୍‌ ଗ୍ୟାସ କମ୍ପାନୀ ଉପରେ ଆଇଡିଏଫ ବୋମାମାଡ଼ କରିଛି। ଆକାଶମାର୍ଗରୁ ଏହି କମ୍ପାନୀକୁ ଟାର୍ଗେଟ କରିଛି ଆଇଡିଏଫ। ଏହା ପରେ ଗ୍ୟାସ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking