26.1 C
Bhubaneswar
Sunday, October 6, 2024
Homeଓଡିଶାବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଗିଂ : ୧୭ ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଗିଂ : ୧୭ ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ। ୧୭ଜଣ ଛାତ୍ରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ରାଗିଂ ଘଟଣାରେ ସମ୍ପୃକ୍ତ ଥିବା ୪ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯିବା ସହ ୧୩ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ସମୟସୀମା ଦିଆଯାଇଛି। ଗତ ୨୧ ତାରିଖରେ ନୂତନ ହଷ୍ଟେଲରେ ରହୁଥିବା ପ୍ରଥମ ବର୍ଷର ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷର ଛାତ୍ରମାନେ ମାନସିକ ନିର୍ୟାତନା ଦେବା ସହ ରାଗିଂ କରିଥିଲେ । ରାଗିଂ ହୋଇଥିବା ନେଇ ପ୍ରଥମ ବର୍ଷର ଛାତ୍ର ମାନେ ୟୁଜିସିର ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରିଥିଲେ ୧୨ ଜଣିଆ ଆଣ୍ଟିରାଗିଂ କମିଟିର ସଦସ୍ୟ ଓ ଜଣେ ଡିଏସପି । ସିସିଟିଭି ଫୁଟେଜକୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking