26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶ୨୦୦ ଫୁଟ୍ ତଳକୁ ଖସିଲା ବରଯାତ୍ରୀ ବସ୍‌, ୩୦ ମୃତ

୨୦୦ ଫୁଟ୍ ତଳକୁ ଖସିଲା ବରଯାତ୍ରୀ ବସ୍‌, ୩୦ ମୃତ

ଡେରାଡୁନ : ଉତ୍ତରାଖଣ୍ଡର ପୌଡି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩୦ଜଣ ପ୍ରାଣ ହରାଇଛନ୍ତି। ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟି ଅଞ୍ଚଳ ଦେଇ ପାହାଡ ଚଢ଼ୁଥିବା ବେଳେ ନିୟନ୍ତ୍ରଣ ହରାଇ ବସ୍‌ଟି ୨୦୦ ଫୁଟ୍ ତଳକୁ ଖସି ପଡିବାରୁ ଏହି ଅଘଟଣ ଘଟିଛି। ଏହି ଘଟଣାରେ ୨୫/୩୦ ଲୋକ ଆହତ ମଧ୍ୟ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ପୌଡି ଜିଲ୍ଲାରେ ଏକ ବିବାହ ସମାରୋହ ପାଇଁ ଶୁକ୍ରବାର ବରଯାତ୍ରୀଙ୍କୁ ନେଇ ଏକ ବସ୍ ବାହାରିଥିଲା। ଏହି ବସ୍ ହରିଦ୍ୱାର ନିକଟ ଲାଲ ୱାଙ୍ଗ ଅଞ୍ଚଳରୁ ପୌଡି ଜିଲ୍ଲାର ବିରୋନଖାଲ ଗ୍ରାମକୁ ଯାଉଥିଲା। ତେବେ ଗନ୍ତବ୍ୟସ୍ଥଳ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ପୁଲିସ୍ ପଠାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଏହି ଦୁର୍ଘଟଣା ଖବର ମିଳିବା ପରେ ଉତ୍ତରାଖଣ୍ଡ ବାଚସ୍ପତି ରିତୁ ଖଣ୍ଡୁରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ସେ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking