20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମେଘାଳୟରେ ଆକସ୍ମିକ ବନ୍ୟା, ୧୦ ମୃତ

ମେଘାଳୟରେ ଆକସ୍ମିକ ବନ୍ୟା, ୧୦ ମୃତ

ଶିଲଂ: ଶୁକ୍ରବାର ମଧ୍ୟରାତ୍ରୀରୁ ମେଘାଳୟରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ କେତେକ ସ୍ଥାନରେ ଭୂସ୍ଖଳନ ଘଟିବା ସହ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ ହୋଇଥିବା ଜଣାପଡିଛି। ୱେଷ୍ଟ ଗାରୋ ହିଲ୍‌ ଜିଲାର ଡାଲୁ ଅଞ୍ଚଳରେ ୩ ଜଣ ପ୍ରାଣ ହରାଇଛନ୍ତି। ସାଉଥ୍‌ ଗାରୋ ହିଲ୍‌ ଜିଲାର ହାତିଆସିଆ ସୋଙ୍ଗମା ଗ୍ରାମରେ ଭୂସ୍ଖଳନ ଘଟି ୭ ଜଣ ପୋତି ହୋଇ ପ୍ରାଣ ହରାଇଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ସଡକ ଓ ପୋଲ ଭାଙ୍ଗିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଏଥିଯୋଗୁଁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ପହଞ୍ଚିବା କଷ୍ଟକର ହୋଇପଡିଛି। ଶତାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାରୁ ଲୋକଙ୍କୁ ଭୀଷଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ମୁଖ୍ୟମନ୍ତ୍ରୀ କନ୍‌ରାଡ ସାଙ୍ଗମା ଶନିବାର ସକାଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ୍‌ ଓ ଏନଡିଆରଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking