31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ‘ବେରୁଟ'କୁ 'ବାରୁଦ' ବନେଇଦେଲା ଇସ୍ରାଏଲ

‘ବେରୁଟ’କୁ ‘ବାରୁଦ’ ବନେଇଦେଲା ଇସ୍ରାଏଲ

ନୂଆଦିଲ୍ଲୀ: ଇରାନର ଆକ୍ରମଣ ପରେ ଇସ୍ରାଏଲ ଆଉ ଥୟ ଧରୁନି। ଅହରହ ଆକ୍ରମଣ କରି ଦେଖାଉଛି ନିଜର ଦମ୍‌। ସେ ପୂର୍ବରୁ କହିଥଲା ଯେ ଆଇଡିଏଫ୍ ଇରାନ୍‌କୁ ଶିକ୍ଷା ଦେବ। ବୁଧବାର ବିଳମ୍ବିତ ରାତିରେ ଇସ୍ରାଏଲ କେନ୍ଦ୍ରୀୟ ବେରୁଟରେ ଥିବା ଏକ କୋଠାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣରେ ନଅ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣ ଆଜି ବି ଜାରି ରହିଛି। ଇରାନର ଆକ୍ରମଣ ପରେ ପ୍ରତିଶୋଧର ନିଆଁରେ ଜଳୁଥିବା ଇସ୍ରାଏଲ ପୁଣିଥରେ ଦକ୍ଷିଣ ବେରୁଟକୁ ଟାର୍ଗେଟ କରିଛି। ସେ ଏଠାରେ ଅନେକ ବିସ୍ଫୋରଣ କରିଥିଲା। ଇସ୍ରାଏଲ୍ ସେନା ପକ୍ଷରୁ ଏହି ଅଞ୍ଚଳର କିଛି ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେବା ପରେ ଶନିବାର ସକାଳେ ବେରୁଟର ଦକ୍ଷିଣ ଉପକଣ୍ଠରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଲେବାନନର ରାଜଧାନୀରେ କ୍ରମାଗତ ଭାବେ ବିସ୍ଫୋରଣ ହୋଇଥିଲା।

ଏଏଫ୍‌ପି ଫୁଟେଜରେ ବିମାନବନ୍ଦର ନିକଟରେ ଥିବା ଅଞ୍ଚଳରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ତେବେ ଇସ୍ରାଏଲ ସୈନ୍ୟବାହିନୀର ଆରବୀ ଭାଷାର ମୁଖପାତ୍ର ଆଭିଚାଇ ଆଡ୍ରେ ଏହି ଅଞ୍ଚଳକୁ ଖାଲି କରିବାକୁ ପୂର୍ବରୁ ଚେତାବନୀ ଦେଇଥିଲେ। ଲେବାନନରେ ଇସ୍ରାଏଲ୍ ସୈନିକଙ୍କ ସହ ଚାଲିଥିବା ସଂଘର୍ଷ ଉପରେ ହିଜବୁଲ୍ଲାହ ଶନିବାର ଦିନ କହିିଛି ଯେ,’ଆମେ ମଧ୍ୟ ମୁହଁତୋଡ଼ ଜବାବ ଦେବୁ। ଆମେ ଇସ୍ରାଏଲ ସୈନିକଙ୍କୁ ଆମ ଅଞ୍ଚଳରୁ ହଟାଇଦବୁ। ସଂଗଠନ ଏକ ବିବୃତ୍ତିରେ କହିଛି, “ଇସ୍ରାଏଲର ଶତ୍ରୁ ସୈନ୍ୟମାନେ ଆଦାସେ ଗାଁ ପୌରପାଳିକା ଆଖପାଖ ଅଞ୍ଚଳ ଆଡ଼କୁ ବଢ଼ିବାକୁ ଚେଷ୍ଟା କରିଥିଲେ, ଯାହାକୁ ଆମ ସୈନ୍ୟମାନେ ରୋକିବାରେ ସଫଳ ହୋଇଥିଲେ। ସଂଘର୍ଷ ଏବେ ବି ଜାରି ରହିଛି।’

ହିଜବୁଲ୍ଲାହ ଏହା ପୂର୍ବରୁ କହିଥିଲା ଯେ, ଏହାର ଯୋଦ୍ଧାମାନେ ଇସ୍ରାଏଲ ସୈନ୍ୟମାନଙ୍କୁ ସେହି ଅଞ୍ଚଳରେ ପଛକୁ ହଟିବାକୁ ବାଧ୍ୟ କରିଥିଲେ। ଏହା ଦକ୍ଷିଣ ଲେବାନନର ୟାରୁନ ଅଞ୍ଚଳରେ ଏକ “ରକେଟ୍ ସାଲଭୋ” ସହିତ ସୈନ୍ୟମାନଙ୍କୁ ଟାର୍ଗେଟ୍ କରିଥିଲା ଏବଂ ସୀମା ପାର୍ଶ୍ୱରେ ଥିବା ଦୁଇଟି ସ୍ଥାନରେ ସୈନ୍ୟମାନଙ୍କ ଉପରେ ରକେଟ୍ ମାଡ଼ ମଧ୍ୟ କରିଥିଲା। ହିଜବୁଲ୍ଲାହ ଏବଂ ଇସ୍ରାଏଲ୍ ସୀମାରେ ଗୋଳାବାରୁଦ ମାଡ଼ ପ୍ରାୟ ଏକ ବର୍ଷ ହେଲା ଦୈନିକ ନୀତିରେ ଚାଲିଛି। ଗାଜା ଯୁଦ୍ଧରେ ପାଲେଷ୍ଟାଇନର ସହଯୋଗୀ ହମାସକୁ ସମର୍ଥନ କରେ ବୋଲି ହିଜବୁଲ୍ଲାହ କହିଛି। ସେପଟେ ଇସ୍ରାଏଲ୍ କହିଛି ଯେ ବିସ୍ଥାପିତ ଲୋକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଇସ୍ରାଏଲର ଉତ୍ତର ଅଞ୍ଚଳକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି ଏବଂ ସେଥିପାଇଁ ଆଇଡିଏଫ୍ ହିଜବୁଲ୍ଲାହକୁ ଟାର୍ଗେଟ କରୁଛି। ସେ ବୋମା ବିସ୍ଫୋରଣକୁ ଆହୁରି ତୀବ୍ର କରିଛିି ଏବଂ ଲେବାନନରେ ଗ୍ରାଉଣ୍ଡ ଆଟାକ୍‌ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking