18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୩୬ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୩୬ ମାଓବାଦୀ ସଫା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷାବଳକୁ ବଡ ସଫଳତା ମିଳିଛି। ଛତିଶଗଡ ସୁକମା ଓ ବିଜାପୁର ଜିଲ୍ଲା ସୀମାବର୍ତ୍ତୀ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି। ଏଥିରେ ୩୬ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଦନ୍ତେଓ୍ବାଡା ନାରାୟଣପୁର ଜିଲ୍ଲା ସୀମାରେ କମ୍ବିଂ ବେଳେ ଗୁଳି ବିନିମୟ ହୋଇଥିଲା। ସବୁ ଯବାନ ସୁରକ୍ଷିତ ଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ୩୬ ମାଓବାଦୀଙ୍କ ମୃତଦେହ ଜବତ କରିଥିଲେ। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ବନ୍ଧୁକ , ଗୋଳା ବାରୁଦ ଓ ମାଓ ସମାଗ୍ରୀ ଜବତ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ। କିନ୍ତୁ ଏହା ସୁରକ୍ଷାବଳ ପାଇଁ ଏକ ବଡ ସଫଳତା ବୋଲି କୁହାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking