26.1 C
Bhubaneswar
Wednesday, February 11, 2026
Homeଓଡିଶା୨. ୮୬ କୋଟିରେ ନିଲାମ ହେଲା ଅର୍ପଣ ଚାଉଳ

୨. ୮୬ କୋଟିରେ ନିଲାମ ହେଲା ଅର୍ପଣ ଚାଉଳ

ପୁରୀ: ରାଜ୍ୟର ଅଗଣିତ ଜଗନ୍ନାଥପ୍ରେମୀ ଭକ୍ତଙ୍କଠାରୁ ଆଦାୟ ହୋଇଥିବା ଅର୍ପଣ ଚାଉଳ ଶେଷରେ ନିଲାମ ହୋଇଛି। ଅର୍ଥାତ୍ ଗୋଟିଏ ଉଦ୍ଦେଶ୍ୟରେ ଏହି ଚାଉଳ ଆଦାୟ ହୋଇଥିବା ବେଳେ ଶେଷରେ ବିକି ଦିଆଯାଇଛି। ୧୦,୩୨୨.୪୯ କୁଇଣ୍ଟାଲ୍ ଚାଉଳର ନିଲାମ ପ୍ରକ୍ରିୟା ଗତକାଲି ଶେଷ ହୋଇଛି। କୁଇଣ୍ଟାଲ ପିଛା ୨୭୮୦ ଟଙ୍କା ମୂଲ୍ୟରେ ଏହି ଚାଉଳ ନିଲାମ ହୋଇଛି। ୨. ୮୬ କୋଟି ଟଙ୍କା ରେ ସମୁଦାୟ ଚାଉଳ ନିଲାମ ହୋଇଛି। ତେବେ ନିଲାମ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ। ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ଅର୍ପଣ ଚାଉଳକୁ ଟେଣ୍ଡର କରି ବିକ୍ରି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ନିମାପଡ଼ା ମା’ ତାରିଣୀ ରାଇସ୍ ମିଲର ମାଲିକ ସୁରେଶ କୁମାର ମହାନ୍ତି ଏହି ଚାଉଳ ନିଲାମ ପ୍ରକ୍ରିୟାରେ କିଣିଛନ୍ତି। ଏହି ଟେଣ୍ଡର ପ୍ରକ୍ରିୟାରେ ୪- ୫ ଜଣ ସାମିଲ ହୋଇଥିଲେ। ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସମୟରେ ଅର୍ପଣ ରଥ ବୁଲି ରାଜ୍ୟ ବ୍ୟାପୀ ଭକ୍ତଙ୍କ ଠାରୁ ଚାଉଳ ସଂଗ୍ରହ କରିଥିଲା। ଉଭୟ ଜିଲ୍ଲା ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ଅଧିନରେ ଥିବା ଅର୍ପଣ ଚାଉଳକୁ ନେଇ ବିଭିନ୍ନ ସମୟରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ତେବେ ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଅର୍ପଣ ଚାଉଳକୁ ଶେଷରେ ନିଲାମ କରାଯାଇଛି। ଦୀର୍ଘ ଦିନ ହେବ ଏହା ଗଚ୍ଛିତ ହୋଇ ରହିଥିବାରୁ ଦିନକୁ ଦିନ ଏହାର ମାନ ହ୍ରାସ ପାଇଥିଲା। ତେବେ ଗଚ୍ଛିତ ଥିବା ଅର୍ପଣ ଚାଉଳକୁ କୌଣସି ଅନୁଷ୍ଠାନକୁ ଦିଆନଯାଇ ଟେଣ୍ଡର ମାଧ୍ୟମରେ ଚାଉଳ ପ୍ରଦାନ କରାଯାଇଛି। ଅନ୍ୟପଟେ ଅର୍ପଣ ଚାଉଳ ନିଲାମ କରାଯିବା ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର ଓ ସାଧାରଣ ସମ୍ପାଦକ ନାରାୟଣ ମହାସୁଆର। ମହାପ୍ରଭୁ ଙ୍କ ଲାଗି ଆସିଥିବା ଅର୍ପଣ ଚାଉଳ ନଷ୍ଟ ହେଉଥିଲା ଯାହା ହେଉ ତାହାକୁ ପ୍ରୋସେସିଂ କରାଯାଇ ଏହାକୁ ବିକ୍ରି କରାଯାଇଛି। ତେବେ ଏହା ଏକ ଭଲ ପଦକ୍ଷେପ। ନିଲାମ ଅର୍ପଣ ଚାଉଳ ଆର୍ଥ ରେ ଭକ୍ତଙ୍କ ଲାଗି ମାଗଣା ମହାପ୍ରସାଦ ବାଣ୍ଟିବା ପ୍ରସ୍ତାବ ରଖିଛନ୍ତି ସୁଆର ମହାସୁଆର ନିଯୋଗ। ଅର୍ପଣ ଚାଉଳ ସହ ଜଗନ୍ନାଥ ପ୍ରେମୀଙ୍କ ଭାବବେଗ ଜଡିତ। ତେଣୁ ଏହି ଅର୍ପଣ ଚାଉଳ କିପରି ସଠିକ ବିନିଯୋଗ ହେବ ସେ ନେଇ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking