14.1 C
Bhubaneswar
Friday, December 19, 2025
Homeଓଡିଶାବଢ଼ୁଛି ବିଚାରାଧୀନ ମାମଲା ସଂଖ୍ୟା, ନ୍ୟାୟ ପାଇବାରେ ବିଳମ୍ବ

ବଢ଼ୁଛି ବିଚାରାଧୀନ ମାମଲା ସଂଖ୍ୟା, ନ୍ୟାୟ ପାଇବାରେ ବିଳମ୍ବ

ଭୁବନେଶ୍ୱର: ସାରା ଦେଶରେ ଉଚ୍ଚ ନ୍ୟାୟାଳୟରେ ପାଖାପାଖି ସାଢ଼େ ୪ କୋଟି ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ିରହିଥିବାବେଳେ ଓଡିଶା ଉଚ୍ଚନ୍ୟାୟାଳୟରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୨ ହଜାର ୮୫୮ ବିଚାରାଧୀନ ମାମଲା ପଡ଼ିରହିଛି। ଏଥିସହ ରାଜ୍ୟର ବିଭିନ୍ନ ନିମ୍ନ ଅଦାଲତରେ ବି ୧୯ ଲକ୍ଷ ୨୨ ହଜାର ୩୫୮ ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ିରହିଛି। ଏନେଇ ଲୋକେ ନ୍ୟାୟ ପାଇବାରେ ବିଳମ୍ବ ହେଉଛି। ହେଲେ ବିଗତ ପାଞ୍ଚ ବର୍ଷରେ ୩ ଲକ୍ଷ ୦୮ ହଜାର ୨୩୨ଟି ମାମଲାର ଫଇସଲା ହୋଇଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।
ରାଷ୍ଟ୍ରୀୟ ନ୍ୟାୟିକ ଡାଟା ଗ୍ରୀଡ୍ (ଏନ୍‌ଜେଡିଜି) ପକ୍ଷରୁ ଉପଲବ୍ଧ ତଥ୍ୟାନୁସାରେ ନିମ୍ନ ଓ ଅଧିନସ୍ଥ କୋର୍ଟରେ ପ୍ରାୟ ୩ କୋଟି ୯୩ ଲକ୍ଷ ୨୧ ହଜାର ୬୦୭ଟି ବିଚାରାଧୀନ ମାମଲା ରହିଛି। କୋର୍ଟରେ ବିଚାରାଧୀନ ମାମଲା ପାଇଁ କୌଣସି ସମୟ ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ଏକ୍ଷେତ୍ରରେ ସରକାରଙ୍କର କୌଣସି ଭୂମିକା ମଧ୍ୟ ନାହିଁ। ତେଣୁ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ବିଚାରାଧୀନ ମାମଲାର ତ୍ୱରିତ ବିଚାର ଲାଗି ପ୍ରୟାସ ଜାରି ରହିଛି। ସେଇ କ୍ରମରେ ଓଡ଼ିଶାରେ ବିଭିନ୍ନ ଅଦାଲତରେ ଉଣେଇସି ଲକ୍ଷରୁ ଅଧିକ ମାମଲା ପଡ଼ି ରହବାରୁ ନାନା ସମସ୍ୟା ସୃଷ୍ଟି ହୋଇଛି।
ଓଡ଼ିଶା ସରକାରଙ୍କ ଆଇନ ବିଭାଗରୁ ମିଳିଥିବା ତଥ୍ୟାନୁସାରେ ଅନୁଗୋଳରେ ୨୦,୪୦୪ଟି ବିଚାରାଧୀନ ମାମଲା ପଡ଼ି ରହିଥିବାବେଳେ ବଲାଙ୍ଗୀରରେ ୫୬,୩୬୦, ବାଲେଶ୍ୱରରେ ୧,୩୧,୦୭୦,ବରଗଡରେ ୫୫, ୧୩୪, ଭଦ୍ରକରେ ୯୬,୫୧୯, ବୌଦରେ ୨୦,୪୦୪, କଟକରେ ୨,୦୨,୮୭୫, ଦେବଗଡ଼ରେ ୧୮,୩୮୯, ଢ଼େଙ୍କାନାଳରେ ୫୦,୮୦୧, ଗଜପତିରେ ୯୦୦୮, ଗଞ୍ଜାମରେ ୯୭,୪୪, ଜଗତସିଂହପୁରରେ ୪୭,୫୬୪, ଯାଜପୁରରେ ୧୦୦୩୩୨, ଝାରସୁଗୁଡ଼ାରେ ୪୩,୮୨୫, କଳାହାଣ୍ଡିରେ ୪୧,୮୪୬, କେନ୍ଦୁଝରରେ ୫୭,୬୬୧, ଖୋର୍ଦ୍ଧାରେ ୨,୦୬,୩୯୭, କେନ୍ଦ୍ରାପଡ଼ାରେ ୬୨,୬୬୨, ପୁରୀରେ ୮୩,୦୪୪, ସମ୍ବଲପୁରରେ ୮୪,୧୭୨ , ମୟୂରଭଞ୍ଜରେ ୭୪,୯୧୬ ଓ ସୁନ୍ଦରଗଡ଼ରେ ୯୫,୫୮୪ ମାମଲା ପଡ଼ିରହିଛି। ଏଥିରେ ସିଭିଲ ଓ କ୍ରିମିନାଲ ମାମଲା ଅର୍ନ୍ତଭୁକ୍ତ।
ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବକେୟା ଥିବା କେସ୍‌ଗୁଡ଼ିକର ତ୍ୱରିତ ସମାଧାନ କରିବା ପାଇଁ ଉଚ୍ଚନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟାକୁ ବର୍ଦ୍ଧିତ ପାଇଁ ପ୍ରୟାସ କରାଯାଇଛି। ଉଚ୍ଚନ୍ୟାୟାଳୟ ଅଗ୍ରାଧିକାର ଭିତ୍ତିରେ ପୁରୁଣା କେସ୍‌ଗୁଡିକୁ ଶୀଘ୍ର ଫଇସଲା କରିବା ପାଇଁ ବିହିତ ପଦକ୍ଷେପ ମାନ ନେଉଛନ୍ତି ବୋଲି ଆଇନ ବିିଭାଗ ସ୍ପଷ୍ଟ କରିଛି। ହେଲେ କେବେ ହେବ ତାହା କେବଳ ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking