27.1 C
Bhubaneswar
Monday, March 30, 2026
Homeଖେଳଆଇଏସ୍‌ଏସ୍‌ଏଫ୍ ଜୁନିୟର୍ ବିଶ୍ୱ ଚାମ୍ପିଅନ୍‌ଶିପ୍‌; ୧୧ ସ୍ୱର୍ଣ୍ଣ ସହ ଶୀର୍ଷରେ ଭାରତ

ଆଇଏସ୍‌ଏସ୍‌ଏଫ୍ ଜୁନିୟର୍ ବିଶ୍ୱ ଚାମ୍ପିଅନ୍‌ଶିପ୍‌; ୧୧ ସ୍ୱର୍ଣ୍ଣ ସହ ଶୀର୍ଷରେ ଭାରତ

ନୂଆଦିଲ୍ଲୀ : ମୁକେଶ ନେଲାଭାଲ୍ଲୀ, ରାଜଦ୍ଦ୍‌ର୍ନ ପାଟିଲ୍ ଏବଂ ହରସିମର ସିଂହ ରଠାଙ୍କ ଟିମ୍ ପୁରୁଷ ୨୫ ମି. ର‌୍ୟାପିଡ୍ ଫାୟର ପିସ୍ତଲ ଟିମ୍ ଇଭେଣ୍ଟ୍‌ର ପ୍ରଥମ ସ୍ଥାନ ହାସଲ କରିବା ଫଳରେ ଭାରତ ଚଳିତ ଆଇଏସ୍‌ଏସ୍‌ଏଫ୍ ଜୁନିୟର ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ଏକାଦଶ ସ୍ୱର୍ଣ୍ଣ ପଦକ ଜିତିଛି। ଏହି ବିଜୟ ଫଳରେ ମୁକେଶ ଚାମ୍ପିଅନ୍‌ଶିପ୍‌ରେ ଚତୁର୍ଥ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୨୫ ମି. ପିସ୍ତଲ ଇଭେଣ୍ଟ୍‌ରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ଭାରତ ୧୧ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଚାରି ବ୍ରୋଞ୍ଜ୍ ସହ ମୋଟ ୧୬ ପଦକ ଜିତି ପଦକ ତାଲିକା ଶୀର୍ଷରେ ରହିଛି। ଚୀନ୍ ତିନିଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି।
ଜୁନିୟର୍ ପୁରୁଷ ୫୦ ମି. ରାଇଫଲ୍ ପ୍ରୋନ୍ ଇଭେଣ୍ଟ୍‌ରେ ପରିକ୍ଷୀତ ସିଂହ ବ୍ରାର୍ ୬୨୩.୦ ସ୍କୋର୍ ସହ ଶ୍ରେଷ୍ଠ ଭାରତୀୟ ହୋଇଥିବା ବେଳେ ଶିଭେନ୍ଦ ବାହାର ସଂହ ୬୧୮.୪ ସ୍କୋର୍ ସହ ୧୪ଶ ସ୍ଥାନରେ ଏବଂ ବେଦାନ୍ତ ନୀତିନ୍ ୱାଘମାରେ ୨୪ଶ ସ୍ଥାନରେ ରହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking