30.1 C
Bhubaneswar
Saturday, October 5, 2024
Homeଓଡିଶାଆମ ଦଳ ଯୁବକ,ବିଜେଡି ବୃଦ୍ଧ : ଭାଷ୍କର ମଢେ଼ଇ

ଆମ ଦଳ ଯୁବକ,ବିଜେଡି ବୃଦ୍ଧ : ଭାଷ୍କର ମଢେ଼ଇ

ଭୁବନେଶ୍ୱର : ନିର୍ବାଚନ ପରେ ପରେ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ଟାର୍ଗେଟ ରାଜନୀତି ଟିକେ ଅଧିକ ହୋଇଯାଇଛି । ଗତ କିଛି ଦିନ ହେଲା ଦଳ ଭାଙ୍ଗିବାକୁ ନେଇ ଉଭୟ ଦଳର ନେତାଙ୍କ ମଧ୍ୟରେ ତୁତୁମେଁମେଁ ଚାଲିଛି । ଦିନକ ପୂର୍ବରୁ ବିଜେପି ରାଜ୍ୟସଭା ମନମୋହନ ସାମଲ ବିଜେଡି ଘର ଖାଲି ହୋଇଯିବ ବୋଲି କହିଥିବାବେବେଳ ଆଜି ବିଧାୟକ ଭାଷ୍କର ମଢେ଼ଇ ବି ସମାନ କଥା କହିଛନ୍ତି । ଏଥିସହ ଆମ ଦଳ ଅର୍ଥ ବିଜେପି ଯୁବକ ହୋଇଥିବାବେଳେ ବିଜେଡି ବୃଦ୍ଧି ହୋଇଯାଇଥିବା କହିଛନ୍ତି । ବିଧାୟକ ଶ୍ରୀ ମଢେ଼ଇ କହିଛନ୍ତି ଯେ ବିଜେଡି ଘର ଖାଲି ହୋଇଯିବ । ବହୁ ବିଜେଡି ନେତା ଓ ବିଧାୟକ ଏବେ ବିଜେପି ସମ୍ପର୍କରେ ଅଛନ୍ତି । ସେମାନେ ବିଜେପିରେ ମିଶିବାକୁ ଚାହୁଁଛନ୍ତି । ଆମେ ଏବେ ସରକାରରେ ଅଛୁ । ଆମ ନେତା କାହିଁକି ବିଜେଡି ସମ୍ପର୍କରେ ରହିବେ । ଆମ ଦଳ ଯୁବକ । ବିଜେଡି ହେଲା ବୃଦ୍ଧ । ବୃଦ୍ଧ ବସିବ, ଯୁବକ ଦୌଡ଼ିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking