27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶତିରୁପତି ଲଡୁ ମାମଲା : ନୂଆ ଏସଆଇଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ତିରୁପତି ଲଡୁ ମାମଲା : ନୂଆ ଏସଆଇଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ତିରୁପତି ଲଢୁ ବିବାଦରେ ତଦନ୍ତ ପାଇଁ ନୂଆ ଏସଆଇଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ବଦଳରେ ନୂଆ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯିବ। ଏହି ଟିମରେ ୨ଜଣ ପୁଲିସ, ୨ଜଣ ସିବିଆଇ ଅଧିକାରୀ ଓ ଏଫଏସଏସଏଆଇର ଜଣେ ସଦସ୍ୟ ରହିବେ। ଏହାସହିତ ସୁପ୍ରିମକୋର୍ଟ କହିଛନ୍ତି ଏସଆଇଟିର ତଦନ୍ତ ଅନୁଧ୍ୟାନ କରିବେ ସିବିଆଇ ନିର୍ଦ୍ଦେଶକ। ସୂଚନା ଅନୁସାରେ ଆନ୍ଧ୍ର ସରକାରଙ୍କ ଗଠିତ ଏସଆଇଟି ତଦନ୍ତକୁ ତିନିଦିନ ବାତିଲ କରାଯାଇଥିଲା। ଆନ୍ଧ୍ର ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦେଶ ଅନୁଯାୟୀ ଅକ୍ଟୋବର ୩ତାରିଖ ପର୍ୟ୍ୟନ୍ତ ତିରୁପତି ଲଡୁ ବିବାଦ ଉପରେ ଏସଆଇଟି ପ୍ରକାର ତଦନ୍ତ କରିନଥିଲା। ଲଡୁ ବିବାଦର ତଦନ୍ତ ପାଇଁ ରାଜ୍ୟ ସରକାର ସେପ୍ଟେମ୍ବର ୨୬ରେ ଏସଆଇଟି ଗଠନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking