32.1 C
Bhubaneswar
Friday, May 1, 2026
Homeଓଡିଶା୪ ବର୍ଷର ନାବାଳିକାଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର

୪ ବର୍ଷର ନାବାଳିକାଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର

କଳାପଥର:ଆଜି ଜଣେ ୪ ବର୍ଷ ନାବାଳିକାର ମୃତଦେହ ଗାଁ ପୋଖରୀରୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ମୃତ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର ପରେ କଟକ ଜିଲାର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ ପାଇଁ ପଠାଇଛି। ସୂଚନା ଅନୁଯାଇ ଆଜି ଏହି ନାବାଳିକା ଝିଅ ଅପରାହ୍ଣ ୪ଟାରୁ ନିଖୋଜ ରହିଥିଲେ। ଝିଅ ନିଖୋଜକୁ ନେଇ ତାର ପରିବାରବର୍ଗ ବିଭିନ୍ନ ସ୍ଥାନ ଖୋଜିବା ସହିତ ସୋସିଆଲ ମିଡ଼ିଆ ଫଟୋ ପୋଷ୍ଟ କରିଥିଲେ। ଶେଷରେ ନିଖୋଜ ନାବାଳିକ ଝିଅର ମୃତଦେହ ଘର ପଛ ପଟ ନିକଟରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି। ମୃତୁ କାରଣ ଅସ୍ପଷ୍ଟ ରହିଥିବାବେଳେ ଉକ୍ତ ଅଂଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୃତ ନାବାଳିକାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି। ତାଙ୍କ ଝିଅଙ୍କ ସ୍ବାଭାବିକ ଭାବେ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି, ତାକୁ କେହି ହତ୍ୟା କରିଥାଇପାରେ ବୋଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking