30.1 C
Bhubaneswar
Tuesday, October 1, 2024
Homeଦେଶ ବିଦେଶହିଜବୁଲ୍ଲାର ଆଡ୍ଡାକୁ ଖୋଜି ଖୋଜି ଟାର୍ଗେଟ କରି ମାଟିରେ ମିଶାଉଛନ୍ତି ଇସ୍ରାଏଲର ସେନା

ହିଜବୁଲ୍ଲାର ଆଡ୍ଡାକୁ ଖୋଜି ଖୋଜି ଟାର୍ଗେଟ କରି ମାଟିରେ ମିଶାଉଛନ୍ତି ଇସ୍ରାଏଲର ସେନା

ଲେବାନ: ଲେବାନନ୍ ଭିତରେ ପଶି ସାରିଛି ଇସ୍ରାଏଲର ସ୍ଥଳ ସେନା । ହିଜବୁଲ୍ଲାର ଥିବା ଆଡ୍ଡାକୁ ଖୋଜି ଖୋଜି ଟାର୍ଗେଟ କରି ମାଟିରେ ମିଶାଉଛି । ଏହା ଭିତରେ ଭାରତ ପାଇଁ ମଧ୍ୟ ଏକ ଚିନ୍ତାଜନକ କଥା ସାମନାକୁ ଆସିଛି । ତାହା ହେଲା ଲେବାନନରେ ବର୍ତ୍ତମାନ ୪ ହଜାର ଭାରତୀୟ ରହିଛନ୍ତି । ନିଜ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ବାହାର କରିବା ପାଇଁକେନ୍ଦ୍ର ସରକାର ଖୁବ୍ ଚିନ୍ତିତ । କେବଳ ଭାରତ ନୁହେଁ ଅନ୍ୟଦେଶ ଗୁଡିକ ମଧ୍ୟ ନିଜ ନିଜର ନାଗରିକଙ୍କୁ ଆଡଭାଇଜରୀ ଜାରି କରିଛନ୍ତି । ସୁଯୋଗ ମିଳିଲେ ସେଠାରୁ ପଳାୟନ କର । କେନ୍ଦ୍ର ସରକାର ଏବେ ଭାରତୀୟଙ୍କୁ ଲେବାନନ୍ ନଯିବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ନିଜ ନାଗରିକଙ୍କୁ କହିଛନ୍ତି, ଖୁବ୍ ଶୀଘ୍ର ଲେବାନନ୍ ଛାଡି ଦିଅ । ଲେବନାନ୍‌ରେ ପଶି ଗ୍ରାଉଣ୍ଟ ଅପରେସନ୍ ଆରମ୍ଭ କରିଛି ଆଇଡିଏଫ୍ (ଇସ୍ରାଏ ଡିଫେନ୍ସ ଫୋର୍ସ) ।

ସୋମବାର ସକାଳେ ଇସ୍ରାଏଲ-ଲେବାନନ୍ ସୀମା ନିକଟସ୍ଥ ଲେବାନନ୍ ପରିସରରେ ଇସ୍ରାଏଲ ସେନା ପକ୍ଷରୁ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ ହୋଇଛି ବୋଲି ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି । ହିଜବୁଲ୍ଲାର ଦକ୍ଷତାକୁ ମାପିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ଏହି ଅପରେସନ ଆରମ୍ଭ ହୋଇଛି । ହିଜବୁଲ୍ଲାର ବିଭିନ୍ନ ଆଡ୍ଡା ଓ ବଙ୍କର ଏବଂ ଟନେଲ ଗୁଡିକରେ ପଶି ଖାନତଲାସି ଜାରି ରଖିଛି ଇସ୍ରାଏଲ ସେନା । ବେରୁଟ୍ରେ ଥିବା ଭାରତୀୟ ଦୂତାବାସର ପେଜ୍ରେ ଏନେଇ ସୂଚନା ଦିଆଯାଇଛି । ଏହା ଅନୁସାରେ, ଲେବାନନ୍ରେ ଥିବା ଅଧିକାଂଶ ଭାରତୀୟ ବିଭିନ୍ନ କମ୍ପାନୀରେ କାମ କରୁଛନ୍ତି । ଏହି କମ୍ପାନୀ କନଷ୍ଟ୍ରକସନ୍ ସେକ୍ଟର ସହ ଜଡିତ । ଦୂତାବାସ ପକ୍ଷରୁ କୁହାଯାଇଛି, ଏକ ବଡ ସିଭିଲ ୱାର ବେଳେ ମଧ୍ୟ ସେ ଏହି ଦେଶରେ ରହି ସାରିଛନ୍ତି ।

ଏହା ସହ ଲେବାନନ୍ ଓ ଭାରତ ମଧ୍ୟରେ ଭଲ ସମ୍ପର୍କ ବି ରହିଛି । ଦୂତାବାସ କହିଛି, ୧୯୭୫ ରୁ ୧୯୯୦ ମଧ୍ୟରେ ଯେତେବେଳେ ସିଭିଲ ୱାର ହୋଇଥିଲା ସେତେବେଳେ ବିଭିନ୍ନ ଦେଶ ଲେବାନନ୍ରୁ ନିଜର ଦୂତାବାସ ବନ୍ଦ କରିଦେଇଥିଲେ । ସେତେବେଳେ ଭାରତ ନଜର ଦୂତାବାସ କାମ ଜାରି ରଖିଥିଲା । ଏହି କଥାକୁ ନେଇ ଲେବାନନ୍ ସରକାର ମଧ୍ୟ ଭାରତକୁ ପ୍ରଶଂସା କରିଥିଲେ । ଇସ୍ରାଏଲ୍ ସେନା କହିଛି ଯେ ଗୁଇନ୍ଦା ସୂଚନା ଆଧାରରେ ସେମାନେ ଦକ୍ଷିଣ ଲେବନାନ ଭିତରେ ହେଜବୁଲ୍ଳାର ଠିକଣା ଉପରେ ଟାର୍ଗେଟ୍ କରୁଛନ୍ତି । ଏହି ଟାର୍ଗେଟ୍ଗୁଡିକ ସୀମା ନିକଟରେ ଅବସ୍ଥିତ ଗ୍ରାମଗୁଡିକ ପାଖରେ ରହିଛି । ଯାହା ଇସ୍ରାଏଲ୍ ପାଇଁ ବିପଦ ବୋଲି ସେନା କହିଛି । ଇସ୍ରାଏଲ୍ ଟ୍ୟାଙ୍କ ଏବଂ ସୈନିକମାନେ ବାୟୁସେନା ସହିତ ଗ୍ରାଉଣ୍ଡ ଅପରେସନରେ ଜଡିତ ଥିବାବେଳେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାଉଣ୍ଡ ସପୋର୍ଟ ମଧ୍ୟ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking