21.1 C
Bhubaneswar
Wednesday, December 17, 2025
Homeଅପରାଧସ୍କୁଲର ସଫଳତା ପାଇଁ ୯ ବର୍ଷର ଛାତ୍ରକୁ ଗଳାକାଟି ହତ୍ୟା

ସ୍କୁଲର ସଫଳତା ପାଇଁ ୯ ବର୍ଷର ଛାତ୍ରକୁ ଗଳାକାଟି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ଏକ ସମ୍ବେଦନଶୀଳ ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି । ଏଠାରେ ତନ୍ତ-ମନ୍ତ୍ର ଯୋଗୁଁ ଜଣେ ୯ ବର୍ଷର ଶିଶୁକୁ ହତ୍ୟା କରାଯାଇଛି । ପୋଲିସ ସୂତ୍ର ଅନୁଯାୟୀ, ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କୁ ବଳି ଦିଆଯାଇଛି । ଏଥିରେ ଶିଶୁର ଗଳା କାଟି ହତ୍ୟା କରାଯାଇଛି । ଏହି ହତ୍ୟା ମାମଲା ତନ୍ତ-ମନ୍ତ୍ର ସହିତ ଜଡିତ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ହାଥରସ୍‌ର ଅତିରିକ୍ତ ପୋଲିସ ଅଧୀକ୍ଷକ ଅଶୋକ କୁମାର କହିଛନ୍ତି ଯେ, ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି । ଛାତ୍ରଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ସୋମବାର ତାଙ୍କୁ ସ୍କୁଲ ପ୍ରଶାସନ ଡକାଇ ତାଙ୍କ ପୁଅ ଅସୁସ୍ଥ ଥିବା ସୂଚନା ଦେଇଥିଲେ ।ସେ ସ୍କୁଲରେ ପହଞ୍ଚିବା ପରେ ଅଧିକାରୀ ମାନେ ତାଙ୍କୁ କହିଥିଲେ ଯେ ସ୍କୁଲ ନିର୍ଦ୍ଦେଶକ ତାଙ୍କ ପୁଅକୁ ତାଙ୍କ କାରରେ ଡାକ୍ତରଖାନା ନେଇଛନ୍ତି । ପରେ ସେ ନିର୍ଦ୍ଦେଶକଙ୍କ କାରରୁ ପୁଅର ମୃତଦେହ ଉଦ୍ଧାର କରିଥିଲେ । ସୂଚନା ଅନୁଯାୟୀ, ଛାତ୍ରଙ୍କୁ ସ୍କୁଲ ବାହାରେ ଥିବା ଟ୍ୟୁବ୍ ୱେଲ ପାଖରେ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା ।

କିନ୍ତୁ ପିଲାଟି ସ୍କୁଲ ରୁମରୁ ବାହାରକୁ ଯିବା ସମୟରେ ଚିତ୍କାର କରିଥିଲା । ଏହି ସମୟରେ ତିନି ଅଭିଯୁକ୍ତ ଶିଶୁଟିକୁ ଗଳା କାଟି ହତ୍ୟା କରିଥିଲେ । ଅଭିଯୁକ୍ତ ପୋଲିସକୁ କହିଛି ଯେ ସେପ୍େଟମ୍ବର ୬ ରେ ସେମାନେ ଜଣେ ୯ ବର୍ଷର ଶିଶୁକୁ ବଳି ଦେବାକୁ ଯୋଜନା କରିଥିଲେ, ଯାହା ବିଫଳ ହୋଇଥିଲା । ପୋଲିସ ସୂତ୍ର ଅନୁଯାୟୀ, ହତ୍ୟାକାଣ୍ଡର ଉଦ୍ଦେଶ୍ୟ ବଳିଦାନ ଥିଲା, ଅଭିଯୁକ୍ତ ଅନୁଭବ କରିଥିଲେ ଯେ ବଳିଦାନ ବିଦ୍ୟାଳୟରେ ସମୃଦ୍ଧତା ଆଣିବ । ବିଦ୍ୟାଳୟ ପ୍ରଶାସକ ମାନେ ମଧ୍ୟ କିଛି ଋଣ ନେଇଥିଲେ, ଯେଉଁଥିପାଇଁ ସେମାନେ ବହୁତ ଚିନ୍ତିତ ଥିଲେ । ଏପରି ପରିସ୍ଥିତିରେ, ଯେତେବେଳେ ୬ ସେପ୍ଟେମ୍ବରରେ ଶିଶୁକୁ ବଳିଦାନ ଯୋଜନା ବିଫଳ ହେଲା, ସେତେବେଳେ ଏହି ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ବଳିଦାନ ଯୋଜନା ୨୨ ସେପ୍ଟେମ୍ବରରେ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking