29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶନେପାଳରେ ବର୍ଷା ବିତ୍ପାତ ; ୧୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ନେପାଳରେ ବର୍ଷା ବିତ୍ପାତ ; ୧୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ନେପାଳରେ ବର୍ଷା ବିତ୍ପାତ । ଲାଗି ରାହିଛି ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଏଥିସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧଶ ୧୭୦ରୁ ଅଧିକ ଜଣ ପ୍ରାଣ ହରାଇ ସାରିଲେଣି। ସେହିପରି ୪୨ ଜଣ ନିଖୋଜ ଅଛନ୍ତି। ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ୩୦୦୦ରୁ ଅଧିକ ପୁଳିସ ଫୋର୍ସ ମୁତୟନ କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରବବାର ବନ୍ୟା ପାଣି ମାଡି ଆସିବାରୁ ପୂର୍ବ ଓ ମଧ୍ୟ ନେପାଳର ଏକ ବଡ଼ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ନେପାଳ ଗୃହମନ୍ତ୍ରଣାଳୟ ଜଣେ ଅଧିକାରୀଙ୍କ କହିବା ମୁତାବକ, ବନ୍ୟା ଜନିତ ଘଟଣାରେ ପ୍ରାୟ ୧୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି। ସମସ୍ତ ସୁରକ୍ଷା ଏଜେନ୍ସି ସହାୟତାରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ ନେପାଳ ସେନା ଦ୍ୱାରା ସମଗ୍ର ଦେଶରେ ୧୬୨ ଜଣଙ୍କୁ ଏୟାରଲିଫ୍ଟ କରାଯାଇଛି। ସେହିପରି ୪୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲଗାଣ ବର୍ଷା ଜାରି ରହିଥିବାରୁ ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ବନ୍ୟା ଯୋଗୁ ପାଖାପାଖି ୪୪ଟି ସ୍ଥାନରେ ମୁଖ୍ୟ ରାଜପଥ ଅବରୋଧ ହୋଇଛି। ସେହିପରି ବନ୍ୟା ଯୋଗୁ ଶନିବାର କାଠମାଣ୍ଡୁରେ ବିଦ୍ୟୁତ ଯୋଗାର ପ୍ରଭାବିତ ହୋଇଛି। ବନ୍ୟାରେ ଅତିକମ୍‌ରେ ନେପାଳରେ ୩୨୨ଟି ଘର ଓ ୧୬ଟି ପୋଲ କ୍ଷତିଗ୍ରସ୍ତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking