19.1 C
Bhubaneswar
Thursday, February 12, 2026
Homeଓଡିଶାସୁବର୍ଣ୍ଣପୁରରେ ଝାଡ଼ାବାନ୍ତି ଆକ୍ରାନ୍ତ : ୨ ମୃତ

ସୁବର୍ଣ୍ଣପୁରରେ ଝାଡ଼ାବାନ୍ତି ଆକ୍ରାନ୍ତ : ୨ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମେଘଲା ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ । ଝାଡ଼ାବାନ୍ତିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗାଁରେ ଆହୁରି ୧୭ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି, ଉପି ମଲ୍ଲିକ (୬୬) ଓ ଖଇରୁ ଜାଲ (୫୫)। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଉପି ଶନିବାର (୨୮ ତାରିଖ) ରାତି ପ୍ରାୟ ୮ଟା ବେଳେ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସେହିପରି ଗତକାଲି ରାତିରେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଖଇରୁ ଜାଲଙ୍କର ମୃତ୍ୟୁ ଘଟିଥିଲା। ଝାଡ଼ାବାନ୍ତି ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ଉଭୟଙ୍କ ପରିବାର ଲୋକେ ଦାବି କରିଛନ୍ତି। ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପାଇବା ପରେ ଆଜି ମେଘଲା ଗାଁକୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସାଳୟ ଓ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ମେଡିକାଲ୍ ଟିମ୍ ଯାଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ତା’ପରେ ଗାଁର ନଳକୂପ ପାଣି ସହିତ ଲୋକମାନେ ଅନ୍ୟ ଉତ୍ସରୁ ସଂଗ୍ରହ କରିଥିବା ପାଣିକୁ ଯାଞ୍ଚ କରିବା ପାଇଁ ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking