29.1 C
Bhubaneswar
Sunday, September 29, 2024
Homeଓଡିଶାଟ୍ରକ୍ ଧକ୍କାରେ ଦୁଇ ମୃତ

ଟ୍ରକ୍ ଧକ୍କାରେ ଦୁଇ ମୃତ

ସୁନ୍ଦରଗଡ଼: ଛତିଶଗଡ଼ରେ ହକି ଖେଳି ଫେରିବା ବେଳେ ଗତକାଲି ରାତିରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ପ୍ରତିଭାବାନ ଖେଳାଳି। ଟ୍ରକ୍ ଧକ୍କାରେ ସେମାନଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ସଚିନ କିଣ୍ଡୋ ଓ ସୁମିଲାଲ ଟପ୍ପୋ । ଉଭୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ନିମଡିହି ଗାଁରେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଛତିଶଗଡ଼ ବଳୁଆବାହାଲ ଗାଁରେ ହେଉଥିବା ଖାସି ହକି ଟୁର୍ଣ୍ଣାମେଣ୍ଟକୁ ଉଭୟ ଖେଳିବାକୁ ଯାଇଥିଲେ । ଖେଳି ସାରି ବାଇକ୍ ଯୋଗେ ଗାଁକୁ ଫେରୁଥିଲେ । ଓଡ଼ିଶା ସୀମାରୁ ପ୍ରାୟ ୧୦ କିମି ଦୂର ଛତିଶଗଡ଼ର କତେରବିରା ମନ୍ଦିର ନିକଟରେ ଦୁର୍ଘଟଣା ଘଟିଥିଲା । ବାଲିଶଙ୍କରା ପଟୁ ଛତିଶଗଡ଼କୁ ଯାଉଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking