19.1 C
Bhubaneswar
Thursday, February 12, 2026
Homeଖେଳମହିଳା ଟି-୨୦ ବିଶ୍ୱକପ୍‌; ଦୁଇଟି ୱାର୍ମଅପ୍ ମ୍ୟାଚ୍ ଖେଳିବ ଭାରତ

ମହିଳା ଟି-୨୦ ବିଶ୍ୱକପ୍‌; ଦୁଇଟି ୱାର୍ମଅପ୍ ମ୍ୟାଚ୍ ଖେଳିବ ଭାରତ

ଦୁବାଇ: ୟୁଏଇରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ର ଆରମ୍ଭ ପାଇଁ ଖୁବ୍ ସମୟ ବାକି ରହିଛି। ଇତିମଧ୍ୟରେ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ପୂର୍ବରୁ ସମସ୍ତ ୧୦ଟି ଯାକ ଟିମ୍ ୱାର୍ମଅପ୍ ମ୍ୟାଚ୍ ଖେଳି ନିଜ ନିଜର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବେ। ପ୍ରଥମ ୱାର୍ମଅପ୍ ମ୍ୟାଚ୍ ଶନିବାର ପାକିସ୍ତାନ ଓ ସ୍କଟ୍‌ଲାଣ୍ଡ ମହିଳା ଟିମ୍ ମଧ୍ୟରେ ହୋଇଛି। ଟୁର୍ଣ୍ଣାମେଣ୍ଟ୍‌ରେ ସମସ୍ତ ଟିମ୍ ଦୁଇଟି ଲେଖାଏଁ ୱାର୍ମଅପ୍ ମ୍ୟାଚ୍ ଖେଳିବେ। ଏହି କ୍ରମରେ ଭାରତୀୟ ମହିଳା ଟିମ୍ ରବିବାର ନିଜର ପ୍ରଥମ ୱାର୍ମଅପ୍ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏବଂ ଅକ୍ଟୋବର ୧ ତାରିଖରେ ଦ୍ୱିତୀୟ ୱାର୍ମଅପ୍ ମ୍ୟାଚ୍ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିବ। ସମସ୍ତ ୱାର୍ମଅପ୍ ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢ଼େ ୭ଟା ବେଳେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ। ଭାରତୀୟ ଦର୍ଶକ ଟିଭିରେ ଏହି ୱାମ୍‌ଅପ୍ ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର୍ ସ୍ପୋର୍ଟ୍ସ ନେଟ୍‌ୱାର୍କରେ ଦେଖିପାରିବେ। ସେହିପରି ଡିଜ୍‌ନୀ ପ୍ଲସ୍ ହଟ୍‌ଷ୍ଟାର୍ ଆପ୍‌ରେ ସମସ୍ତ ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking