30.1 C
Bhubaneswar
Wednesday, February 11, 2026
Homeଓଡିଶାବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ

ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ

ମୁଣ୍ଡମୁହାଣ: ପାତ୍ରପଡା ମେଡିସିନାଲ ଗାର୍ଡେନ୍‌ରେ ଘାସ କାଟିବା ବେଳେ ବିଦ୍ୟୁତ୍ କରେଣ୍ଟ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଇନଫୋଭ୍ୟାଲି ଥାନା ଯାଁଳା ପଞ୍ଚାୟତ ମୁଣ୍ଡମୁହାଣ ଗ୍ରାମର ଚନ୍ଦ୍ରମା ଭୋଇ। ସେ ଗତ କିଛି ବର୍ଷ ହେବ ମେଡିସିନାଲ ଗାର୍ଡେନରେ ମାଳି ଭାବେ କାମ କରୁଥିଲେ। ପରିବାର ଲୋକ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରାଥମିକ ତଦନ୍ତରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଆଜି ସକାଳୁ ଚନ୍ଦ୍ରମା କାମ କରିବା ପାଇଁ ଯାଇଥିଲେ। ମେଡ଼ିସିନ ଗାର୍ଡେନ୍‌ରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତ ଲାଗିଥିଲା।

ଫଳରେ ଘଟଣାସ୍ଥଳରେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ସିଟି ଡିଏଫ୍‌ଓ ଅଜିତ ଶତପଥୀ, ତମାଣ୍ଡୋ ଥାନା ପୁଲିସ ଓ ଜଟଣୀ ବିଧାୟକ ବିଭୁତିଭୂଷଣ ବଳବନ୍ତରାୟ ଆସି ପହଞ୍ଚିଥିଲେ। ଚନ୍ଦ୍ରମାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ତୁରନ୍ତ ସାହାଯ୍ୟ ପାଇଁ ରେଡ଼କ୍ରସ ପାଣ୍ଠିରୁ ଭୁବନେଶ୍ୱର ତହସିଲଦାର ୩୦ହଜାର ଟଙ୍କା ଦେଇଥିଲେ। ଏହା ସହ ମୃତ ଚନ୍ଦ୍ରମାଙ୍କ ସ୍ଥାନରେ ତାଙ୍କ ଝିଅକୁ ଚାକିରି ଦିଆଯିବ ବୋଲି ସିଟି ଡିଏଫ୍‌ଓ ଶ୍ରୀ ଶତପଥୀ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking