31.1 C
Bhubaneswar
Wednesday, March 25, 2026
Homeଓଡିଶାଅଧାରେ ରହିଲା ପୁରୀ ତ୍ରୀର୍ଥ ଯାତ୍ରା, ଦୁର୍ଘଟଣା ନେଲା ୪ ଜୀବନ

ଅଧାରେ ରହିଲା ପୁରୀ ତ୍ରୀର୍ଥ ଯାତ୍ରା, ଦୁର୍ଘଟଣା ନେଲା ୪ ଜୀବନ

ବାଲେଶ୍ଵର : ଅଧାରେ ରହିଲା ପୁରୀ ତ୍ରୀର୍ଥ ଯାତ୍ରା। କଲିକତାରୁ ପୁରୀ ଆସୁଥିବା କ୍ରିଷ୍ଣା ନାମକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜାତୀୟ ରାଜପଥ ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ ଓଲଟିଲା ବସ୍ । ଜଣେ ମହିଳାଙ୍କ ସମେତ ୩ ପୁରୁଷଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ନଂ ଜାତୀୟ ରାଜପଥ ଚାଲନ୍ତି ବାଇପାସ ନିକଟରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ କ୍ରୀଷ୍ଣା ନାମକ ଏକ ଯାତ୍ରୀବାହୀ ବସ୍ ଉତ୍ତର ପ୍ରଦେଶରୁ ୫୭ ଜଣରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ଗତ ୧୮ ତାରିଖରୁ ବାହାରି କଲାକତାରୁ ପୁରୀ ଅଭିମୁଖେ ଯାଉଥିଲା । ରାତି ପ୍ରାୟ ୧ଟା ସମୟରେ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ବସ୍‌ଟି ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ ଖସି ପଡ଼ିଥିଲା । ଫଳରେ ବସ୍ ତଳେ ସମସ୍ତ ଯାତ୍ରୀ ଚାପିହୋଇ ଯାଇଥିଲେ ।

ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ବସ୍ ଭିତରୁ ୫୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ସେଥି ମଧ୍ୟରୁ ୧୭ରୁ ଅଧିକ ଯାତ୍ରୀଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବଂ ଆଉ କିଛି ଯାତ୍ରୀ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ଜଣେ ମହିଳା ସମେତ ୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଜଳେଶ୍ଵର ଆଇଆଇସି ରଞ୍ଜନ ସେଠୀ ନିଜେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଜଳେଶ୍ଵର ଏସଡିପିଓ ଦିଲୀପ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ ହେଲପର୍‌ ଫେରାର ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking