30.1 C
Bhubaneswar
Saturday, September 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଦିନଟି ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ୱାସ୍ଥ୍ୟରେ ଅବନତି ଘଟିବ। କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି। ପରିବାରରେ ଶାନ୍ତି ମଳିବ। ବ୍ୟବସାୟରେ ଲକ୍ଷ ପୂରଣ ହୋଇପାରେ। ସ୍ତ୍ରୀ ଲୋକମାନେ ଧର୍ମ ପରାୟଣ ହେବେ।

ବୃଷ : ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି। ବ୍ୟବସାୟରେ ଲାଭ ହୋଇପାରିବ ନାହିଁ। କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ପାରିବାରିକ ଜୀବନରେ ସୁଖ ଆସିବ ନାହିଁ। ମହିଳାମାନେ ଗୃହ କାର୍ଯ୍ୟରେ ଲାଗି ରହିବେ। ଦେହ ଭଲ ରହିବ ନାହିଁ।

ମିଥୁନ : ଶାରୀରିକ ସୁସ୍ଥତା ଦେଖାଦେବ। କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ। ବ୍ୟବସାୟ ଭଲରେ ଚାଲିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ହସ ଖୁସିର ବାତାବରଣ ଦେଖାଦେବ। ଦ୍ରବ୍ୟ ଲାଭର ଯୋଗ ଅଛି। ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ପାଇବେ।

କର୍କଟ : କର୍ମନିଯୁକ୍ତି ପାଇପାରନ୍ତି। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ହସଖୁସିର ବାତାବରଣ ଦେଖାଦେବ। ଦ୍ରବ୍ୟ କିଣିବାକୁ ଯାଇପାରନ୍ତି। ପିଲାମାନେ ବିଦ୍ୟା ଅର୍ଜନ କରିବେ।

ସିଂହ : କର୍ମକ୍ଷେତ୍ରରେ ସୂନାମ ଅର୍ଜନ କରିବେ। ଚାକିରୀରେ ପ୍ରତିଷ୍ଠିତ ହେବେ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ପରିବାରରେ ଶାନ୍ତି ମିଳିବ। ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ଲାଭ କରିବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଛୋଟ କଥାକୁ କେନ୍ଦ୍ର କରି କଳହ ଲାଗିବ।

କନ୍ୟା : ଆଜି କେତେକ ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି। ଯାନବାହନ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନୀତ ହେବାର ଅନୁମେୟ ପାଇବେ। ବ୍ୟବସାୟରେ ଉନ୍ନତି ଘଟିବ। ପରିବାରରେ ଶାନ୍ତି ସହ ସ୍ୱାସ୍ଥ୍ୟ ଭଲ ରହିବ। ମହିଳାମାନେ ଭୂଲ କରି ଚିନ୍ତିତ ହେବେ।

ତୁଳା : ଅର୍ଥ ହାନି ହୋଇପାରେ। ଯାନବାହନରେ ଦୁର୍ଘଟଣା ଘଟିପାରେ। ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି। ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି। ପରିବରାରରେ ଅଶାନ୍ତି ଦେଖାଦେଇପାରେ। ମହିଳାମାନେ ଗୃହକାର୍ଯ୍ୟରେ ମନଦେଇ ପାରିବେନି।

ବିଛା : ଆଜି ଦିନଟି ଆପଣଙ୍କ ପକ୍ଷେ ଶୁଭ ଦାୟକ ଅଟେ। ଆୟ ପନ୍ଥା ଉତମ ହେବ। କୌଣସି ସମସ୍ୟାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଗୃହରେ ବିବାହ କାର୍ଯ୍ୟ କରିବା ପାଇଁ ଆୟୋଜନରେ ଲାଗିପଡ଼ିବେ।

ଧନୁ : କର୍ମକ୍ଷେତ୍ରରେ ସଫଳତା ପାଇପାରିବେ ନାହିଁ। ଚାକିରୀ ତଥା ବ୍ୟବସାୟରେ ପଦୋନ୍ନତି ଘଟିପାରେ। ରାଜନୈତିକ କ୍ଷେତ୍ରରେ ପ୍ରିୟଭାଜନ ହୋଇପାରିବେ ନାହିଁ। ଆୟ ଉତମ ହୋଇପାରେ। ମହିଳାମାନେ ଧର୍ମ କ୍ଷେତ୍ରରେ ମନବିନିଯୋଗ କରିବେ।

ମକର : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ ବ୍ୟବସାୟରେ ଲାଭ ପାଇବେ। ପରିବାରରେ ଶାନ୍ତି ମିଳିବ। ନୂତନ ଜମି କ୍ରୟ କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀମାନେ ନିନ୍ଦିତ ହେବେ। ଗୃହ କାର୍ଯ୍ୟରେ ମନଦେଇ ପାରନ୍ତି।

କୁମ୍ଭ : କର୍ମକ୍ଷେତ୍ରରେ ନିଜ ଲୋକ ଶତ୍ରୁତା କରିପାରନ୍ତି। ଘରଲୋକ ହଇରାଣରେ ପକାଇ ପାରନ୍ତି। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଭାତୃ ବିବାଦ ଲାଗି ରହିବ। ନୂତନ ଗୃହ କିଣିବା ଆଶାରେ ଯୋଜନା ଅଛି।

ମୀନ : ଦୂର ଯାତ୍ରାରେ ଯୋଗ ଅଛି। ବ୍ୟବସାୟରେ ସମାନ୍ୟ ଲାଭ ଆଶା ଅଛି। ସ୍ୱାସ୍ଥ୍ୟରେ ସମ।।ନ୍ୟ ପରିବର୍ତନ ଘଟିବ। କର୍ମକ୍ଷେତ୍ରରେ ନିନ୍ଦିତ ହୋଇପାରନ୍ତି। ପରିବାରେ ଆନନ୍ଦ ଦେଖାଦେବ। ବିବାହ କାର୍ଯ୍ୟରେ ଯୋଗ ଦେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking