31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମାନହାନୀ ମାମଲାରେ ସଞ୍ଜୟ ଦୋଷୀ ସାବ୍ୟସ୍ତ; ଦଣ୍ଡାଦେଶର କିଛି ସମୟ ମଧ୍ୟରେ ଜାମିନ୍

ମାନହାନୀ ମାମଲାରେ ସଞ୍ଜୟ ଦୋଷୀ ସାବ୍ୟସ୍ତ; ଦଣ୍ଡାଦେଶର କିଛି ସମୟ ମଧ୍ୟରେ ଜାମିନ୍

ମୁମ୍ବାଇ: ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇର ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ (ସିୱରୀ କୋର୍ଟ)। ପୂର୍ବତନ ବିଜେପି ସାଂସଦ କିରିତ୍ ସୋମୟାଙ୍କ ପତ୍ନୀ ମେଧା ସୋମୟା ତାଙ୍କ ବିରୋଧରେ ରୁଜୁ କରିଥିବା ମାନହାନୀ ମୋକଦ୍ଦମାରେ କୋର୍ଟ ସଞ୍ଜୟଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଏହି ୧୫ ଦିନିଆ ଜେଲ୍ ଦଣ୍ଡାଦେଶ ସହ ୨୫ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ କଦେଇଛନ୍ତି। ତେବେ ରିପୋର୍ଟ ଲେଖାହେବା ବେଳକୁ ସଞ୍ଜୟ ରାଉତ୍‌ଙ୍କୁ ଜାମିନ୍ ସହ ଉପର କୋର୍ଟରେ ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିବାକୁ ସୁଯୋଗ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି।
ମେଧା ସୋମୟା, ମୁମ୍ବାଇର ରୁଇୟା କଲେଜର ଜୈବ ରସାୟନ ବିଜ୍ଞାନର ଅଧ୍ୟାପିକା ଥିବା ବେଳେ ପୂର୍ବତନ ବିଜେପି ସାଂସଦ କିରିତ୍ ସୋମୟାଙ୍କ ପତ୍ନୀ ମଧ୍ୟ ଅଟନ୍ତି। ତେବେ ମେଧା ସୋମାୟା ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ସଞ୍ଜୟ ରାଉତ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସ୍ୱାମୀ ଏବଂ ତାଙ୍କ ବିରୋଧରେ ଭିତ୍ତିହୀନ ତଥା ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର କରି ସେମାନଙ୍କୁ ବଦନାମ କରୁଛନ୍ତି। ନିଜ ଓକିଲ ବିବକୋନନ୍ଦ ଗୁପ୍ତାଙ୍କ ଜରିଆରେ ସୋମୟା ଦାଖଲ କରିଥିବା ଏଫଆଇଆର୍‌ରେ ଦର୍ଶାଇଛନ୍ତି ଯେ, ସେ ଏବଂ ତାଙ୍କ ସ୍ୱେଚ୍ଛାସେବୀ ସଂଗଠନ ୧୦୦ କୋଟି ଟଙ୍କାର ଶୌଚାଳୟ ଦୁର୍ନୀତିରେ ଜଡ଼ିତ ବୋଲି ସଞ୍ଜୟ ରାଉତ ମିଥ୍ୟା ପ୍ରଚାର କରୁଛନ୍ତି। ଏଥିପାଇଁ ସେ ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ ପୂର୍ବକ କାର୍ଯ୍ୟାନୁଷ୍ଠାନ ଚାହାନ୍ତି। ତେବେ ଏହି ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ ମାନହାନୀ ମୋକଦ୍ଦମା ଆଧାରରେ ସଞ୍ଜୟ ରାଉତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ତାଙ୍କୁ ୧୫ ଦିନ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking