27.1 C
Bhubaneswar
Friday, September 27, 2024
Homeଓଡିଶାଲୋକ ପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତୁ ଅଫିସର : ମୁଖ୍ୟମନ୍ତ୍ରୀ

ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତୁ ଅଫିସର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅନେକ ସ୍ଥାନରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅସମ୍ମାନ କରାଯାଉଛି । ତେବେ ନିର୍ବାଚିତ ଜନପ୍ରତିନିଧିଙ୍କୁ ବୁକ ସର୍କୁଲାର-୪୭ ଅନୁସାରେ ସମ୍ମାନ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ଆଜି ଜିଲ୍ଲାପାଳ ସମ୍ମିଳନୀରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡ଼ା ଏହି ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କ ବଦଳି କଥା ମଧ୍ୟ ଉଠାଇ କହିଛନ୍ତି ଯେ ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ୩ରୁ ୪ବର୍ଷ ରହିବା କଥା । ୪ ବର୍ଷ ପରେ ଅଧିକାରୀଙ୍କ ବଦଳି ନେଇ ସରକାରୀ ନିୟମ ରହିଛି । ବଦଳି ହେଲେ ସ୍ୱଚ୍ଛତା ଆସିବ । ଅଭିଜ୍ଞତା ଆଧାରରେ ବିକାଶ ତ୍ୱରାନ୍ୱିତ ହେବ । ଏଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking