27.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶ‘ଜିତିଆ’ ପର୍ବରେ ବଡ଼ ଅଘଟଣ: ଗାଧୋଇବା ବେଳେ ବୁଡ଼ି ଯାଇ ୩୭ ପିଲା ଓ ୭...

‘ଜିତିଆ’ ପର୍ବରେ ବଡ଼ ଅଘଟଣ: ଗାଧୋଇବା ବେଳେ ବୁଡ଼ି ଯାଇ ୩୭ ପିଲା ଓ ୭ ମହିଳାଙ୍କ ମୃତ୍ୟୁ

ପାଟନା : ସନ୍ତାନର ଦୀର୍ଘ ଆୟୁଷ ଓ ସୁଖ ସମୃଦ୍ଧି କାମନାରେ ପାଳିତ ପର୍ବ ଜିତିଆ ଅବସରରେ ଘଟିଛି ବଡ଼ ଅଘଟଣ। ବିହାରର ଭିନ୍ନ ଭିନ୍ନ ଜିଲ୍ଲାରେ ୩୭ ଜଣ ପିଲା ଓ ୭ ମହିଳାଙ୍କର ନଦୀ-ପୋଖରୀରେ ସ୍ନାନ ବେଳେ ବୁଡ଼ି ଯାଇ ମୃତ୍ୟୁ ହୋଇଛି। ଏଥିରେ ଅଧିକାଂଶ ପର୍ବ ବେଳେ ପବିତ୍ର ସ୍ନାନ ପାଇଁ ନଦୀ ବା ପୋଖରୀକୁ ଯାଇଥିଲେ ଏବଂ ଦୁର୍ଘଟଣାର ଶିକାର ହୋଇଥିଲେ। ପୂରା ରାଜ୍ୟରେ ୩୭ଜଣ ପିଲା ଓ ୭ ଜଣ ମହିଳାଙ୍କ ସମେତ ମୋଟ ୪୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରେ ଏବେସୁଦ୍ଧା ୪୩ଟି ମୃତଦେହ ଉଦ୍ଧାର କରାଯାଇଛି।

ଏନଡିଆରଏଫ୍‌ ଓ ଏସଡିଆରଏଫ୍‌ର ଯବାନ ସେଠାରେ ଲୋକଙ୍କ ତଲାସରେ ଲାଗି ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ଏବସୁଦ୍ଧା ୮ ମୃତକଙ୍କ ପରିବାରକୁ କ୍ଷତିପୂରଣ ରୂପେ ୪-୪ ଲକ୍ଷ ଲେଖାଏଁ ନଗଦ ରାଶି ମଧ୍ୟ ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ସାରା ରାଜ୍ୟରେ ଜିତିଆ ପର୍ବ ସ୍ନାନ ବେଳେ ବୁଡ଼ିଯାଇ ୩୭ ପିଲା, ୭ ମହିଳା ଓ ୨ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି। ବୁଡ଼ି ଯିବାର ଘଟଣା ସବୁ ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ନାଳନ୍ଦା, ଔରଙ୍ଗାବାଦ, କୈମୂର, ବକ୍ସର,ସିୱାନ, ରୋହତାସ , ସାରଣ , ପାଟନା , ବୈଶାଳୀ , ମୁଜଫରପୁର , ସମସ୍ତିପୁର , ଗୋପାଳଗଞ୍ଜ ଓ ଅରୱଲରେ ହୋଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସଡିଆରଏଫ୍‌ ଓ ଏନଡିଏଫଆରର ଯବାନ ଲାଗାତାର ସର୍ଚ୍ଚ ଅଭିଯାନ ଜାରି ରଖିଛନ୍ତି। ମୃତକଙ୍କ ପରିଜନଙ୍କୁ ଅନୁକମ୍ପା ରାଶି ଭାବେ ୪-୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ, ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ଏମିତି ମାମଲାରେ କ୍ଷତି ପୂରଣ ପାଇଁ ସ୍ୱୀକୃତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking